କପିଲଙ୍କ କମେଡିରେ କମା ! ଶୋ’କୁ ଆସିବାକୁ ନାରାଜ୍ ସେଲିବ୍ରିଟି

58

କପିଲଙ୍କ କମେଡିରେ ଲାଗିପାରେ କମା । ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗଙ୍କୁ ଆଉ ପରଦାରେ ଦେଖିବାକୁ ପାଇ ନପାରନ୍ତି ଦର୍ଶକ । କାରଣ ସୁନୀଲଙ୍କ ସହ ଝଗଡା ପରେ ଅଲ୍ଲୀ ଅସଗର୍ ଏବଂ ଚନ୍ଦନ ପ୍ରଭାକର ଶୋ’ ଛାଡିଛନ୍ତି । ଏହା ପୂର୍ବରୁ ମନୋଜ ବାଜପାୟୀଙ୍କ ସହ ହୋଇଥିବା ଏପିସୋଡରେ ଶୋ’ର ଆଉଜଣେ ସଦସ୍ୟ ସୁଗନ୍ଧା ଚିତ୍ରା ମଧ୍ୟ ଆସିବାକୁ ମନା କରିଦେଇଥିଲେ ।

ଏହା ଭିତରେ ଆସିଛି ଆଉ ଏକ ଚାଂଚଲ୍ୟକର ଖବର । ଟିମର ସଦସ୍ୟ ମାନଙ୍କ ପରେ ଏବେ ସେଲିବ୍ରିଟିମାନେ ମଧ୍ୟ ଶୋ’କୁ ଆସିବାକୁ ନାରାଜ୍ । ସ୍ପଟବୟ ରିପୋର୍ଟ ଅନୁଯାୟୀ, କେହି ସେଲିବ୍ରିଟି ଆସିବାକୁ ମନା କରିବାରୁ ବୁଧବାର ଦିନ ସୁଟିଂକୁ ବନ୍ଦ କରିବାକୁ ପଡିଥିଲା । ଅନ୍ୟପଟେ ଶୋ’ର ନିର୍ମାତା ରାଜୁ ଶ୍ରୀବାସ୍ତବ ଏବଂ ଏହସାନ୍ କୁରେସୀ ଏବଂ ସୁନୀଲ ପାଲଙ୍କ ସହ ଶୋ’କୁ ଆଗକୁ ନେବାକୁ ଚାହୁଁଛନ୍ତି ।

ସୂଚନା ଥାଉ କି, କିଛି ଦିନ ତଳେ ଅଷ୍ଟ୍ରେଲିଆରୁ ଫେରିବା ସମୟରେ ଫ୍ଲାଇଟରେ କପିଲ୍ କୋ ଷ୍ଟାର୍ ସୁନୀଲଙ୍କୁ ଗାଳି କରିବା ସହ ଯୋତାରେ ମଧ୍ୟ ମାରିଥିଲେ । ଯାହା ଫଳରେ ସୁନୀଲ ଶୋ’ ଛାଡିଦେଇଛନ୍ତି ।

ଏହା ସହ ଦେଖନ୍ତୁ କମେଡିରେ ଟ୍ରାଜେଡି ! ସୁନୀଲଙ୍କୁ କାହିଁକି ମାରିଲେ କପିଲ୍ ସାମ୍ନାକୁ ଆସିଲା ସତ