କମେଡିରେ ଟ୍ରାଜେଡି ! ସୁନୀଲଙ୍କୁ କାହିଁକି ମାରିଲେ କପିଲ୍ ସାମ୍ନାକୁ ଆସିଲା ସତ

28

ଏବେ ଚର୍ଚ୍ଚାରେ କମେଡି କିଙ୍ଗ୍ କପିଲ୍ ଶର୍ମା । ପ୍ରଥମ କାରଣ ହେଲା ନିଜ ପ୍ରେମିକା ଗିନ୍ନିଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିବା । ଦ୍ୱିତୀୟ ହେଉଛି ଅଷ୍ଟ୍ରେଲିଆରୁ ଫେରିବା ବେଳେ କୋ ଷ୍ଟାର୍ ସୁନୀଲ୍ ଗ୍ରୋଭରଙ୍କ ଝଗଡା ଏବଂ ତୃତୀୟଟି ହେଲା ଏକ ବଡ ପରିମାଣର ଟଙ୍କା ଆଡଭାନ୍ସ ଟ୍ୟାକ୍ସ ହିସାବରେ ଭରିବା । ତେବେ ଦ୍ୱିତୀୟ କାରଣଟି ତାଙ୍କ ପିଛା ଛାଡୁନି । ଏବେ ସମସ୍ତଙ୍କ ମୁଣ୍ଡରେ ଗୋଟିଏ ପ୍ରଶ୍ନ ଯେ ଫ୍ଲାଇଟରେ ଏମିତି କଣ ହୋଇଥିଲା ସୁନୀଲ୍ ଶୋ’ ଛାଡିବାକୁ ବାଧ୍ୟ ହେଲେ । ତେବେ ଏହାର ଖୁଲାସା ହୋଇଛି ।

ସୂଚନା ଅନୁସାରେ, ଅଷ୍ଟ୍ରେଲିଆରୁ ଫେରିବା ବେଳେ ଫ୍ଲାଇଟରେ ହିଁ କପିଲ୍ ପୁରା ଗୋଟିଏ ବୋତଲ୍ ମଦ ପିଇ ଦେଇଥିଲେ । ଯାହା ପରେ ତାଙ୍କର ହୋସ୍ ନଥିଲା । ଯେତେବେଳେ କେବିନ୍ କ୍ରୁ ଖାଇବାକୁ ଦେଲେ ସେତେବେଳେ କପିଲଙ୍କୁ ଛାଡି ସମସ୍ତେ ଖାଇବା ଆରମ୍ଭ କରିଦେଲେ । ବାସ୍ ଏହି ଛୋଟ କାରଣକୁ ନେଇ କପିଲ୍ ରାଗି ଯାଇଥିଲେ । ସେ ଡ୍ରିଙ୍କ୍ସ କରୁଥିବା ବେଳେ ଟିମର ବାକି ସଦସ୍ୟ କେମିତି ତାଙ୍କ ବିନା ଖାଇଲେ ଏହା ତାଙ୍କୁ ନାମଞ୍ଜୁର ଥିଲା ।

କପିଲ୍ ଏନେଇ ଏତେ ଜୋରରେ ଚିଲ୍ଲାଇ ଥିଲେ ସମସ୍ତେ ଅଧା ଖାଦ୍ୟରୁ ଉଠିଯାଇଥିଲେ । ତେବେ ସୁନୀଲ୍ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ କପିଲ୍ ଓଲଟା ତାଙ୍କୁ ଗାଳି କରିବା ସହ ଯୋତା ଉଠାଇ ମାରିଥିଲେ । ଏପରିକି ତାଙ୍କ ସାର୍ଟର କାଲର୍ ଧରି ଚଟକଣା ମାରିଥିଲେ । ଏହା ଭିତରେ କିଛି ମହିଳା କ୍ରୁ ମେମ୍ବର ଆହତ ହୋଇଥିଲେ । ତେବେ ଏହି ବିବାଦ ପରେ କପିଲ୍ କ୍ଷମା ମାଗିଥିଲେ ପରେ ମଧ୍ୟ ସୁନୀଲ୍ ଶୋ’ ଛାଡି ଚାଲିଯାଇଛନ୍ତି ।

ଏହା ସହ ଦେଖନ୍ତୁ ଭାଇଜାନଙ୍କଠାରୁ କାହିଁକି ଦୂରେଇଗଲେ ଐଶ୍ୱର୍ଯ୍ୟା ! ସାମ୍ନାକୁ ଆସିଲା ସତ