ଅଭିଯୋଗ ଶୁଣିଲାନି ପ୍ରଶାସନ : ମୁଣ୍ଡରେ ମାଟି ବୋହି ରାସ୍ତା ମରାମତି କଲେ କୋରାପୁଟ କୋଲାବ କଲୋନୀ ମହିଳା

Advertisment
ଅଭିଯୋଗ ଶୁଣିଲାନି ପ୍ରଶାସନ : ମୁଣ୍ଡରେ ମାଟି ବୋହି ରାସ୍ତା ମରାମତି କଲେ କୋରାପୁଟ କୋଲାବ କଲୋନୀ ମହିଳା

କନକ ବ୍ୟୁରୋ : ଅଭିଯୋଗ ଶୁଣିଲାନି ପ୍ରଶାସନ । ପୁରୁଷଙ୍କୁ ଛାଡ଼ି ଘରର ମହିଳା ତିଆରି କଲେ ରାସ୍ତା । ମାଆ ସହ ଝିଅ ମଧ୍ୟ ପାଠ ସାରି ବୋହିଲା ମାଟି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଳାର କୋଲାବ ନଗରରେ । କୋଲାବ ଡ଼୍ୟାମକୁ ୩୦ ବର୍ଷ ବିତି ଯାଇଛି । କିନ୍ତୁ ଏହି ଡ଼୍ୟାମରେ କାମ କରୁଥିବା କର୍ମଚାରୀ ରହୁଥିବା କଲୋନି ରାସ୍ତା ଆଜି ଯାଏଁ ଥରେ ମରାମତି ହୋଇପାରୁନାହିଁ । ରାସ୍ତାଟି ସମ୍ପୁର୍ଣ୍ଣ ରୁପେ ସଙ୍କୋଚିତ ହୋଇ ଯିବା ସହ ଖାଲ ଖମାରେ ଭର୍ତ୍ତି ହୋଇଛି ।

ଫଳରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ଅଭିଯୋଗ ହୋଇଛି । ରାସ୍ତାର ମରାମତି ନେଇ କଲୋନୀ ବାସିନ୍ଦା ପ୍ରଶାସନକୁ ବାବରମ୍ବାର ଜଣାଇଥିଲେ ସୁଦ୍ଧା କିଛି ଲାଭ ହେଲା ନାହିଁ । ତେଣୁ ଶେଷରେ କଲୋନିର ମହିଳାମାନେ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି, ନିଜ ମୁଣ୍ଡରେ ମାଟି ବୋହି ରାସ୍ତା ମରାମତି କରୁଛନ୍ତି । ଘରର ପୁରୁଷମାନେ ଖାଇ ପିଇ କାମକୁ ବାହାରି ଯିବା ପରେ ମହିଳାମାନେ ରାସ୍ତା ନିର୍ମାଣ କାମରେ ଲାଗି ପଡୁଛନ୍ତି । ଏଥିରେ ଝିଅ ମାନେ ମଧ୍ୟ ସହଯୋଗ କରୁଛନ୍ତି । ସେପଟେ ରାସ୍ତା ମରାମତି କରିପାରିନଥିବା ପ୍ରଶାସନ ମହିଳାଙ୍କ କାମକୁ ସ୍ୱାଗତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe