ପୋଷା କୁକୁର ଆଖିରୁ ଲୁହ ଶୁଖୁନି । ଅଫେରା ରାଇଜରେ ମାଲିକ । ଅପଲକ ନୟନରେ ଡାକ୍ତରଖାନା ବାରଣ୍ଡାରେ ୩ ମାସ ହେଲା ବସିରହିଛି ପୋଷା କୁକୁର । କାହାର କିଛି କ୍ଷତି ନକରି ମାଲିକକୁ ମନେ କରି ଦିନ ରାତି ଲୁହ ଗଡ଼ାଉଛି । ନୀରିହ ପଶୁ କି ଜାଣେ ମାଲିକ ତା’ ଆଉ ଫେରିବିନ . . . . .

1,865

କନକ ବ୍ୟୁରୋ : ପୋଷା କୁକୁରରୁ ଆଖିରୁ ଲୁହ ଶୁଖୁନି । ଅନବରତ ଆଖିରୁ ଲୁହ ଝରାଇ ଝରାଇ ମାଲିକର ଫେରିବା ବାଟକୁ ଚାହିଁ ରହିଛି । ଦିନେ ନୁହେଁ କି ଦୁଇ ଦିନ ନୁହେଁ, ତିନି ମାସ ହେଲା ଡାକ୍ତରଖାନା ବାରଣ୍ଡାରେ ମାଲିକର ରାସ୍ତା ଜଗିଛି ପୋଷା କୁକୁର । ହେଲେ ଏହି ନିରୀହ ପୋଷା କୁକୁର ଜାଣିନି ତା’ ମାଲିକ ଆଉ କେବେ ବି ଫେରବନି । ଅଜଣା ଭାଇରସରେ କବଳିତ ହୋଇ ଅଫେରା ରାଇଜକୁ ସବୁଦିନ ପାଇଁ ଚାଲିଯାଇଛନ୍ତି । କରୋନା ସଂକ୍ରମିତ ହୋଇ ମେଡ଼ିକାଲରେ ଭର୍ତ୍ତି ହେବାର ୫ ଦିନ ପରେ ହିଁ ପ୍ରାଣହରାଇଛନ୍ତି ଏହି ପୋଷା କୁକୁରର ମାଲିକ ମାଲିକ ।

ମାଲିକ ପାଇଁ ମାସ ମାସର ଅପେକ୍ଷା ସରୁନି । ଅଶ୍ରୁଳ ଆଖିରେ ଅନେକ ଆଶା ନେଇ ଡାକ୍ତରଖାନା ବାରଣ୍ଡାରେ କଟୁଛି ନିରୀହ ପଶୁର ଜୀବନ । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମଣିଷ ଫେରିବ ଆଉ ଦେଖିବା ମାତ୍ରେ ତାକୁ କୋଳକୁ ଟେକିନେବ । ଏହି ଆଶା ନେଇ ଦୀର୍ଘ ୩ ମାସ ହେଲା ଅଖିଆ ଅପିଆ ଡାକ୍ତରଖାନା ବାରଣ୍ଡାରେ ପଡ଼ିରହିଛି । ସରଳ, ନିରୀହ ପଶୁ ଜାଣିନି ବହୁଦୂରକୁ ଚାଲିଯାଇଛି ମାଲିକ । ଯେଉଁଠିକି ମଣିଷ ଗଲେ ଆଉ କେବେ ଫେରେନି । ଫେବୃୟାରୀ ମାସରେ ଭାଇରସ ସଂକ୍ରମିତ ହୋଇ ହୁବଇ ପ୍ରାନ୍ତରେ ରହୁଥିବା କୁକୁର ଜିଆଓ ବାଓର ମାଲିକ କରୋନାର ଉତ୍ପତିସ୍ଥଳ କୁହାଯାଉଥିବା ବୁହାନର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଶତଚେଷ୍ଟା ସତ୍ୱେ ତାଙ୍କୁ ବଞ୍ଚାଇ ପାରିଲେନି ଡାକ୍ତର । ଆଉ ସେବେଠାରୁ ମାଲିକର ଅଫେରା ରାସ୍ତାକୁ ଅପଲକ ନୟମରେ ଚାହିଁ ବସିଛି ପୋଷା କୁକୁର ।

ଡାକ୍ତରଖାନା ବାରଣ୍ଡାରେ ବସି ରହୁଛି ସିନା ହେଲେ କାହାର କିଛି କ୍ଷତି କରୁନି । ୩ ମାସ ମଧ୍ୟରେ ତା’ ବିରୋଧରେ କେବେ କୌଣସି ଅଭିଯୋଗ ଆସିନି । ଅନେକ ଥର ସିଆଓ ବାଓକୁ ଡାକ୍ତରଖାନାରୁ ନେଇଯାଇ ଅନେକ ଦୂରରେ ଛାଡ଼ିଦେଇ ଆସନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ । ହେଲେ ମାଲିକକୁ ଦେଖିବା ଆଶାରେ ପୁଣି ମେଡ଼ିକାଲ ଫେରିଆସେ ଜିଆଓ ବାଓ । କରୋନା ମହାମାରୀ ସଙ୍କଟରେ ପରିବାର ପ୍ରିୟଜନ ଦୂରେଇ ଦେଉଥିବା ବେଳେ କୁକୁରର ବିଶ୍ୱସ୍ତତା ଓ ମାଲିକ ପାଇଁ ନିସ୍ୱାର୍ଥପର ଭଲପାଇବା ଏବେ ଚୀନରେ ଚର୍ଚ୍ଚାର ବିଷୟ ପାଲଟିଛି ।