କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବିରୋଧରେ ସାଂଘାତିକ ଅଭିଯୋଗ : ଚିକିତ୍ସା ଅବହେଳାରୁ ୨ ଜଣ ରୋଗୀଙ୍କ ମୃତ୍ୟୁ

360

ଚିକିତ୍ସା ଅବହେଳାରୁ ୨ ଜଣ ରୋଗୀଙ୍କ ମୃତ୍ୟୁ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ । ସହରର ଉପକଣ୍ଠ ନରଣପୁରର ଖିରୋଦିନି ପାତ୍ର ରକ୍ତଚାପର ଶିକାର ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଆଜି ଭୋରରୁ ରୋଗୀରୁ ଅବସ୍ଥା ଗୁରୁତର ହେବାରୁ ଅମ୍ଲଜାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ମହିଳା ବିଭାଗରେ ଥିବା ତିନିଟି ସିଲିଣ୍ଡରରୁ ଗୋଟିଏ ଜଣେ ରୋଗୀଙ୍କୁ ଲାଗିଥିବା ବେଳେ ଅନ୍ୟ ୨ଟି ଥିଲା । କିନ୍ତୁ କେହି ନର୍ସ ନଥିବାରୁ ତାଙ୍କୁ ଅମ୍ଲଜାନ ଦିଆଯାଇ ପାରି ନଥିଲା । ଏପରିକି ପରିବାର ଲୋକ ବାରମ୍ବାର ଚ୍ୟାମ୍ବରରେ ଥିବା ଡାକ୍ତରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ଶୁଣି ନଥିଲେ । 

ଅନ୍ୟପଟେ କରଂଜିଆ ନୁଆଁଗାଁର ଜାନକି ପାତ୍ର ସାପ କାମୁଡାରେ ଡାକ୍ତରଖାନାକୁ ଆସିଥିଲେ । କିନ୍ତୁ ତାଙ୍କୁ ଇଞ୍ଜେକ୍ସନ ଦେବା ପରେ ନାଡି ଚାଲିବା ବନ୍ଦ ହୋଇଗଲା ବୋଲି ଅଭିେଯୋଗ ହୋଇଛି । ଅନ୍ୟପଟେ ଏଭଳି ସ୍ଥି୍ତି ଅଧିକ ଚିକିତ୍ସା ବ୍ୟବସ୍ଥା ନକରି ଦାୟିତ୍ୱରେ ଥିବା ନର୍ସ ପରିବାର ଲୋକଙ୍କଠାରୁ ଡିସଚାର୍ଜ ପେପରରେ ଦସ୍ତଖତ କରାଇ ନେଇଥିବା କୁହାଯାଉଛି । ତେବେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏନେଇ  ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।