ଶେଷରେ ପଛକୁ ହଟିଲା ଚୀନ । ଗଲୱାନ ଘାଟିରୁ ଅଢେଇ କିଲୋମିଟର ପଛକୁ ଫେରିଲା ଡ୍ରାଗନ ସେନା । ଲଦାଖରେ ଉତ୍ତେଜନା ହ୍ରାସ । କମାଣ୍ଡର ସ୍ତରୀୟ ଆଲୋଚନା ପରେ ଶୀଘ୍ର ସୀମାରେ ଶାନ୍ତି ଫେରିବା ନେଇ ଆଶା ।

Advertisment
ଶେଷରେ ପଛକୁ ହଟିଲା ଚୀନ । ଗଲୱାନ ଘାଟିରୁ ଅଢେଇ କିଲୋମିଟର ପଛକୁ ଫେରିଲା ଡ୍ରାଗନ ସେନା । ଲଦାଖରେ ଉତ୍ତେଜନା ହ୍ରାସ । କମାଣ୍ଡର ସ୍ତରୀୟ ଆଲୋଚନା ପରେ ଶୀଘ୍ର ସୀମାରେ ଶାନ୍ତି ଫେରିବା ନେଇ ଆଶା ।

କନକ ବ୍ୟୁରୋ : ଲଦାଖରେ କମାଣ୍ଡରସ୍ତରୀୟ ଆଲୋଚନା ପରେ ପରେ ଏହାର ପ୍ରଭାବ ଚୀନ ଉପରେ ଦେଖିବାକୁ ମିଳିଛି । ଶେଷରେ ପଛକୁ ହଟିଛି ଚୀନ । ଲଦାଖର ଯେଉଁ ଗଲୱାନ ଘାଟି ଅଂଚଳକୁ ନେଇ ଭାରତ ଚୀନ ଭିତରେ ବିବାଦ ତେଜି ଥିଲା ସେହି ଠାରୁ ଅଢେଇ କିଲୋମିଟର ପଛକୁ ଫେରିଛି ଡ୍ରାଗନ ସେନା । ଏହାକୁ ନେଇ ଏବେ ଲଦାଖ ଅଂଚଳରେ ଉତେଜନା ହ୍ରାସ ହେବା ଦେଖିବାକୁ ମିଳିଛି । ଦୁଇ ଦେଶର କମାଣ୍ଡର ସ୍ତରୀୟ ଆଲୋଚନାରେ ଭାରତ କୌଣସି ବି ପ୍ରକାରେ ବିବାଦ ଆଗକୁ ବଢାଇବାକୁ ଚାହୁଁନଥିବା ସ୍ପଷ୍ଟ କରିଥିଲା । କିନ୍ତୁ ଚୀନକୁ ତାହାର ପୂର୍ବ ସ୍ଥାନକୁ ଫେରି ଯିବାକୁ ଭାରତ ଦୃଢ ଦାବି ବି ରଖିଥିଲା । ଆଲୋଚନା ଜରିଆରେ ଶାନ୍ତି ଫେରିବା ନେଇ କଥା ହେବା ପରେ ଏବେ ଚୀନ ସେନା ଗଲୱନ ଘାଟିରୁ ପ୍ରାୟ ଅଢେଇ କିଲୋମିଟର ପଛକୁ ହଟି ଯାଇଛି । ଲଦାଖ୍‌ ସୀମାରେ ଯେଉଁଠି ସର୍ବାଧିକ ଉତ୍ତେଜନା ଥିଲା ସେଠାରୁ ଚୀନ୍‌ ସୈନିକ ୨.୫ କିମି ପଛକୁ ହଟିଥିବାରୁ ଖୁବ୍‌ଶୀଘ୍ର ସୀମାରେ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

ଜୁନ୍‌ ୬ରେ ହୋଇଥିବା ବୈଠକ ସଫଳ ହୋଇଥିବାରୁ ଏବେ ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ବୈଠକ ପାଇଁ ପ୍ରସ୍ତୁତି ଚାଲିଛି। ଆଗକୁ ଏହି ପ୍ରକ୍ରିୟା‌ ଜାରି ରହିବ ବୋଲି ଉଭୟ ଦେଶର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆଜି ଉଭୟ ଦେଶର ସେନା ପଛକୁ ହଟିବା ସହ ଭାରୀ ଯୁଦ୍ଧାସ୍ତ୍ର ଏବଂ ପରିବହନ ଯାନଗୁଡ଼ିକୁ ମଧ୍ୟ ସୀମାରୁ ହଟାଇ ଦିଆଯାଇଛି। ଶାନ୍ତି ପ୍ରୟାସ ଦିଗରେ ଏହା ଏକ ବହୁତ ବଡ଼ ପଦକ୍ଷେପ ବୋଲି କୁହାଯାଇଛି। ଡୋକଲାମ୍‌ ବିବାଦ ବେଳେ ଭାରତର ସଫଳ କୂଟନୀତିକ ରଣନୀତି ଆଗରେ ଚୀନ୍‌ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିବା ବେଳେ ଏଥର ପୂର୍ବ ଲଦାଖ୍‌ରେ ମଧ୍ୟ ଏହାର ଷଡ଼ଯନ୍ତ୍ର ବିଫଳ ହୋଇଛି। ଚୀନ୍‌ ସେନା ଏହି ଅଂଚଳରେ ଅନେକ ବାର ଅତିକ୍ରମଣ କରୁଥିଲେ ମଧ୍ୟ ପୂର୍ବରୁ ଏଭଳି ଉତ୍ତେଜନା କେବେ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe