କନକ ବ୍ୟୁରୋ : ସହରରେ ବହୁଛି ସ୍ୱଚ୍ଛ ବାୟୁ । ଗତ ଦେଢ଼ ମାସ ହେଲା ରାଜ୍ୟର ସବୁ ସହରରେ ସ୍ୱଚ୍ଛ ଓ ନିର୍ମଳ ବାୟୁ ପ୍ରବାହିତ ହେଉଛି । କରୋନା ପାଇଁ ସାରା ଦେଶ ଲକ୍ଡାଉନ ଥିବାରୁ ବାୟୁ ପ୍ରଦୂଷଣ ଆଶାତୀତ ଭାବେ ହ୍ରାସ ପାଇଛି । ଓଡ଼ିଶାର ସମସ୍ତ ସହରର ପ୍ରଦୂଷଣ ମାତ୍ରା ବହୁ ପରିମାଣରେ କମିଛି, ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ କେବେ ବି ଦେଖିବାକୁ ମିଳି ନଥିଲା ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଯେ ଲକ୍ଡାଉନ ପରେ ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଗାଡ଼ି ଚଳାଚଳ କମିଛି । ଶିଳ୍ପ ସଂସ୍ଥା ବନ୍ଦ ହୋଇଥିବାରୁ ବାୟୁ ପ୍ରଦୂଷଣ ହ୍ରାସ ପାଇଛି। ପରିବେଶବିତଙ୍କ କହିବାନୁଯାୟୀ, ଗାଡ଼ି ଚଳାଚଳ କଟକଣା ଯୋଗୁଁ ବ୍ୟସ୍ତବହୁଳ ଭୁବନେଶ୍ବର ଏବେ ଏକପ୍ରକାର ଶାନ୍ତ ପଡିଯାଇଛି। କେବଳ ଭୁବନେଶ୍ୱର ନୁହେଁ, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରର ବାୟୁ ପ୍ରଦୂଷଣ ଏଥିପାଇଁ ହ୍ରାସ ପାଇଛି । ତାଳଚେର, ଅନୁଗୁଳ, କେନ୍ଦୁଝର, ପାରାଦ୍ୱୀପ, କଳିଙ୍ଗନଗର ଆଦି ଅଞ୍ଚଳରେ ଶିଳ୍ପ ସଂସ୍ଥା ବନ୍ଦ, ଟ୍ରକ ଚଳାଚଳ ବହୁ ପରିମାଣରେ ହ୍ରାସ ପାଇବା ଯୋଗୁଁ ପ୍ରଦୂଷଣ ମାତ୍ରା କମିଛି। ରାସ୍ତାରେ ଧୂଆଁ, ଧୂଳି ଆଉ ଅଗଭଳି ଉଡୁ ନ ଥିବାରୁ ପ୍ରଦୂଷଣ କମିଛି । ଯଦି ମେ’ ମାସରେ ଏଭଳି ସ୍ଥିତି ଜାରି ରୁହେ, ତେବେ ଗ୍ରୀଷ୍ମପ୍ରବାହ ଆଗ ଭଳି ହେବନାହିଁ ।