ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ କାଶ୍ମୀରରେ ଏନଆଇଏର ପ୍ରହାର : ବାରମୂଳାର ୪ଟି ସ୍ଥାନରେ ଚଢାଉ

100

କନକ ବ୍ୟୁରୋ : ଟେରର ଫଣ୍ଡିଂ ମାମଲାରେ ଏଏନଆଇ ରେଡ଼ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ତଦନ୍ତ କରୁଥିବା ଏଏନଆଇଏ ଆଜି ଉତ୍ତର କଶ୍ମୀରର ବାରମୂଳାର ଚାରିଟି ସ୍ଥାନରେ ଚଢ଼ାଉ କରିଛି । ଏବେ ମଧ୍ୟ ସମ୍ପୃକ୍ତ ସ୍ଥାନଗୁଡ଼ିକରେ ଚଢ଼ାଉ ଜାରି ରହିଛି । ପୁଲିସ ଏବଂ ସିଆରପିଏଫ୍ ଯବାନଙ୍କ ସହ ବିଛିନ୍ନତାବାଦୀ ନେତା ସଜ୍ଜାଦ ଲୋନଙ୍କ ସହଯୋଗୀ ଆସିଫ୍ ଲୋନ, ତନବୀର ଅହମଦ, ତାରିକ୍ ଅହମଦ ଏବଂ ବିଲାଲ ଭଟ୍ଟଙ୍କ ଘରେ ଏନଆଇଏ ଚଢଉ କରିଛି । ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଉଥିବା ସନ୍ଦେହରେ ଏମାନଙ୍କ ଘରେ ଚଢଉ କରିଛି ଏନଆଇଏ । ଏନଆଇଏ ଆଧିକାରୀ ମାନେ ମଙ୍ଗଳବାର ନିୟନ୍ତ୍ରଣ ରେଖା ସେପଟେ ବେପାରିଙ୍କ ଉପରେ ଚଢଉ କରିଥିଲା ।

ଗତ ଶୁକ୍ରବାର ଦିନ ମଧ୍ୟ ଏନଆଇଏ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲାର ସାପୋର ଅନ୍ତର୍ଗତ କ୍ରାଙ୍କଶିବନ ଅଞ୍ଚଳର ବ୍ୟବସାୟୀ ସାନାଉଲ୍ଲା ଭଟଙ୍କ ଘରେ ଚଢ଼ାଉ କରିଥିଲା । ସେହିପରି ଚଳିତ ସପ୍ତାହର ପ୍ରାରମ୍ଭରେ ମଧ୍ୟ ପୁଲ୍ଓ୍ଵାମା ଏବଂ ଶ୍ରୀନଗରର ସାତଟି ସ୍ଥାନରେ କେତେକ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲା ଏନଆଇଏକ । ସେମାନେ ନିୟନ୍ତ୍ରଣରେଖା ସେପାରି ବାଣିଜ୍ୟରେ ସମ୍ପୃକ୍ତ ଏବଂ ଜମ୍ମୁ ଓ କଶ୍ମୀରରେ ଅସ୍ଥିରତା ସୃଷ୍ଟି କରାଇବା ପାଇଁ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ଅର୍ଥ ଯୋଗାଉଥିଲେ। ଯେଉଁମାନଙ୍କ ଘରେ ଚଢାଉ ହୋଇଥିଲା ସେମାନେ ସ୍ଥାନୀୟ ଯୁବକଙ୍କୁ ଲଶ୍କର-ଏ-ତୋଏବାରେ ସାମିଲ ହେବା ପାଇଁ ଉସକାଉ ଥିଲେ ବୋଲି ଅଭିଯୋଗ ହୋଇଥିଲା ।