ଟେରର ଫଣ୍ଡିଙ୍ଗ୍ ମାମଲାରେ ଏନଆଇଏର ଛାନଭିନ୍ ! ଜମ୍ମୁକଶ୍ମୀରରେ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ଉ

Advertisment
ଟେରର ଫଣ୍ଡିଙ୍ଗ୍ ମାମଲାରେ ଏନଆଇଏର ଛାନଭିନ୍ ! ଜମ୍ମୁକଶ୍ମୀରରେ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ଉ

photo courtesy- http://www.bhatkallys.com

କନକ ବ୍ୟୁରୋ : ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏବଂ ନାଗରିକ ଅଶାନ୍ତିରେ ହୁରିୟାତ୍‌ ନେତାଙ୍କ ସମ୍ପୃକ୍ତି ମାମଲାରେ ନ୍ୟାସନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସି ଜମ୍ମୁକଶ୍ମୀରର ବାରମୂଳା, ହଣ୍ଡଓ୍ଵାରା ଏବଂ ଶ୍ରୀନଗର ଆଦି ୧୨ଟି ସ୍ଥାନରେ ଆଜି ଚଢ଼ଉ କରିଛି । ପ୍ରୋ-ପାକିସ୍ତାନୀ ହୁରିୟାତ୍‌ ନେତା ସୟେଦ୍‌ ଅଲି ଶାହା ଗିଲାନିଙ୍କ ସହ ଯେଉଁମାନଙ୍କର ଅର୍ଥନୈତିକ ସଂଯୋଗ ଅଛି ସେମାନଙ୍କ ଉପରେ ମଧ୍ୟ ଚଢ଼ଉ କରାଯାଇଛି ।

ଗତ ମାସରେ ଗିରିଫ ହୋଇଥିବା ସାତ ଜଣ ବିଚ୍ଛିନ୍ନତାବାଦୀ ଏହି ଲୋକମାନଙ୍କ ନାମ ପ୍ରଘଟ କରିଥିଲେ । ଗିରଫ ଅଲ୍‌ତାଫ୍‌ ଅହମ୍ମଦ ଶାହା ‘ଫଣ୍ଟୁଶ୍‌’, ନଇମ୍‌ ଖାଁ, ଅକବର ଖଣ୍ଡେ, ରାଜା ମେହରାଜୁଦ୍ଦିନ୍‌, ଫାରୂକ ଦର୍‌, ସହିଦ ଉଲ୍‌ ଇସ୍‌ଲାମ୍‌, ପୀର ସୈଫୁଲା ଏବଂ ଗୀଲାନିଙ୍କ ପୁଅ ନଇମ୍‌ ଏବଂ ସନୀମ ଗୀଲାନିଙ୍କୁ ଗତ ସପ୍ତାହରେ ଏନଆଇଏ ପଚରା ଉଚୁରା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe