କନକ ବ୍ୟୁରୋ : ତାତିରୁ ମିଳିଲା ସାମାନ୍ୟ ଅଶ୍ବସ୍ତି । ପଶ୍ଚିମ ସମେତ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି । ୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲେ ମଧ୍ୟ ସବୁଠି ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ତଳକୁ ଖସିଆସିଛି। ଅବଶ୍ୟ ଉପକୂଳ ଓଡ଼ିଶାରେ ତାପମାତ୍ରା ଟିକିଏ ବଢ଼ିଛି। ଭୁବନେଶ୍ବର ତାପମାତ୍ରା ପୁଣିଥରେ ୩୯ ଡିଗ୍ରି ଡେଇଁଛି।
ତେବେ ଆସନ୍ତା ୫ ଦିନ ତାତିରୁ ତ୍ରାହି ମିଳିବ । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି କମିପାରେ । ଉପକୂଳ ଓଡ଼ିଶାରେ ବି ୧ରୁ୨ ଡିଗ୍ରି କମିବ । ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଖୋର୍ଧାରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ବର୍ଷା ହେବାକୁ ଥିବାରୁ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।