କାଳବୈଶାଖୀ ବର୍ଷା ଯୋଗୁଁ ତାତିରୁ ମିଳିଲା ତ୍ରାହି ! ୪୦ ଡିଗ୍ରି ତଳେ ସମସ୍ତ ସହର

କାଳବୈଶାଖୀ ବର୍ଷା ଯୋଗୁଁ ତାତିରୁ ମିଳିଲା ତ୍ରାହି ! ୪୦ ଡିଗ୍ରି ତଳେ ସମସ୍ତ ସହର

http://kanaknews.com

କନକ ବ୍ୟୁରୋ : ଗତ କିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ରହୁଥିବାବେଳେ ଆଜି ତାତି କମିଯାଇଛି । ରାଜ୍ୟର କୌଣସି ସ୍ଥାନରେ ବି ତାପମାତ୍ରା ୪୦ଡିଗ୍ରି ଛୁଇଁନି । ସୁନ୍ଦରଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯ଡିଗ୍ରି ରେକର୍ଡ ହୋଇଛି ବୋଲି ଭୁବନେଶ୍ବର ପାଣି‌ପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଥିବାରୁ ତାପମାତ୍ରା କମିଛି । ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ପାଗ ଏହିଭଳି ରହିବ । ଅପରାହ୍ନରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ । ଏବେ ହାରାହାରି ତାପମାତ୍ରା ୩୭ଡିଗ୍ରି ଥିବାବେଳେ ଆସନ୍ତା ତିନିରୁ ଚାରିଦିନ ପର୍ଯ୍ୟନ୍ତ ଆଉ ଦୁଇରୁ ତିନି ଡିଗ୍ରି ବଢ଼ିପାରେ ବୋଲି କୁହାଯାଉଛି ।

ଆଜି ମାଲକାନଗିରିରେ ୩୮.୮, ଟିଟିଲାଗଡ଼ରେ ୩୮.୫, ତାଳଚେରରେ ୩୫.୬, ସମ୍ବଲପୁରରେ ୩୫.୫, ଝାରସୁଗୁଡ଼ାରେ ୩୫.୭, ଭବାନିପାଟଣାରେ ୩୮, ଭୁବନେଶ୍ବରରେ ୩୭.୬, କଟକରେ ୩୫.୪ ଡିଗ୍ରି ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଥିବାବେଳେ ବଲାଙ୍ଗୀରରେ ସର୍ବାଧିକ ୨୦ମିମି, ଫୁଲବାଣୀରେ ୧୮.୮ମିମି, ଟିଟିଲାଗଡ଼ରେ ୯.୬ମିମି, ସୋନପୁରେ ୧୦ମିମି, ତାଳଚେରରେ ୩ମିମି, ହୀରାକୁଦରେ ୫.୩ମିମି, ସମ୍ବଲପୁରରେ ୨.୪ମିମି, ଅନୁଗୁଳରେ ୭.୬ମିମି, ଝାରସୁଗୁଡ଼ାରେ ୦.୩ମିମି, କେନ୍ଦୁଝରରେ ୦.୧ମିମି, ଭୁବନେଶ୍ବରରେ ୦.୩ମିମି ବର୍ଷା ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe