ବାତ୍ୟା ପରେ ଗାଁକୁ ବିଜୁଳି ଆଣିବା ସ୍ୱପ୍ନ ହେଲା କାଳ : ତେଲେଙ୍ଗାଫେଣ୍ଠରେ ବିଦ୍ୟୁତ୍ ଖୁଣ୍ଟ ପୋତିବା ସମୟରେ ବାଳକ ଉପରେ ପଡି ଚାଲିଗଲା ଜୀବନ

172

କନକ ବ୍ୟୁରୋ : ବାତ୍ୟା ପରେ ଗାଁକୁ ବିଜୁଳି ଆଣିବା ସ୍ୱପ୍ନ ହେଲା କାଳ । ତେଲେଙ୍ଗାଫେଣ୍ଠରେ ବିଦ୍ୟୁତ୍ ଖୁଂଟ ପୋତିବାବେଳେ ନାବାଳକ ଉପରେ ପଡି ଚାଲିଗଲା ଜୀବନ । ସୂଚନା ଅନୁଯାୟୀ ବାତ୍ୟା ଯୋଗୁଁ  ତେଲେଙ୍ଗାପେଂଠରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଂଟ ଭାଙ୍ଗିବା ସହ ତାର ଛିଡିଯାଇଥିଲା । ଫଳରେ ବାତ୍ୟାକୁ ଦୀର୍ଘ ୧୦ଦିନ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ  । ଏଭଳି ସ୍ଥିତିରେ କିଭଳି ଗାଁକୁ ଶୀଘ୍ର ବିଜୁଳି ଆସିବ ଯୁବକମାନେ ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କୁ ସହଯୋଗ କରିବା ସହ ନିଜେ ଖୁଂଟ ପୋତିଥିଲେ । 

କିନ୍ତୁ ବିଡମ୍ବନାର ବିଷୟ ଏକ ଭଲ କାର୍ଯ୍ୟ କରିବାକୁ ଯାଇଥିବା ସେହି ଗ୍ରାମର ୧୨ବର୍ଷର ବାଳକ ବଂଟି ଉପରେ ବିଦ୍ୟୁତ୍ ଖୁଂଟ ପଡିଯାଇଥିଲା । ଯାହା ଫଳରେ ଗୁରୁତର ଭାବେ ଆହତ ହୋଇଥିଲା । ସେଠାରେ ଥିବା ଲୋକମାନେ କଟକ ବଡ ମେଡିକାଲକୁ ନେବାକୁ ଉଦ୍ୟମ କରିବାବେଳେ ପିଲାଟିର ମୃତ୍ୟୁ ହୋଇଛି । ଅନ୍ୟପଟେ ନିକଟରେ ଥିବା ପଣ୍ଡା କ୍ୟାନସର ହସ୍ପିଟାଲ ଆମ୍ବୁଲାନ୍ସ ନଦେବାକୁ ନେଇ ଗେଟ ସମ୍ମୁଖରେ ପ୍ରତିବାଦ କରିଥିଲେ ଗାଁ ଲୋକେ ।