ଏବେ ବିନା ସିମକାର୍ଡ଼ରେ ଚଳାଇ ପାରିବେ ନିଜର ସ୍ମାର୍ଟଫୋନ୍ ! ଇ-ସିମକୁ ମଞ୍ଜୁରୀ ଦେଲେ ସରକାର

36

ସରକାର ଦେଶରେ ଇ-ସିମ ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଗ୍ରାହକ ସେବା ଯୋଗାଉଥିବା କମ୍ବାନୀ କିମ୍ବା ନୂଆ କମ୍ପାନୀ କନେକ୍ସନ ନେଲେ ନୂଆ ସିମ୍ କିଣିବା ଆବଶ୍ୟକ ହେବ ନାହିଁ । ଦୂରସଂଚାର ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ଏମବେଡେଡ଼୍ ସିମ୍ ଇ-ସିମର ବ୍ୟବହାରକୁ ମଞ୍ଜୁରି ଦିଆଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ ଯେତବେଳେ କୌଣସି ବ୍ୟବହାରକାରୀ ନିଜର ସେବା ପ୍ରଦାନକାରୀ କମ୍ପାନୀ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି କିମ୍ବା ନୂଆ କନେକ୍ସନ ନେବା ଚାହୁଁଛନ୍ତି, ତେବେ ଆପଣଙ୍କ ସ୍ମାର୍ଟଫୋନ ଓ ଡିଭାଇସରେ ଏମବେଡ଼୍ ସବସ୍କ୍ରାଇବର ଆଇଡ଼େଣ୍ଟିଟି ମଡ୍ୟୁଲ ଅର୍ଥ ଇ-ସିମ ପ୍ରଦାନ କରାଯିବ ।

ଏହି ଇ–ସିମରେ ବ୍ୟବହାରକରୀଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସମସ୍ତ ସେବା ପ୍ରଦାନକୁ ସୂଚନା ଅପଡ଼େଟ୍ କରିଦିଆଯିବ । ବିଭାଗର ପ୍ରତ୍ୟେକ ମୋବାଇଲ ବ୍ୟବହାରକାରୀ ଅଧିକରୁ ଅଧିକ ୧୮ ଟି ସିମ୍ ନେଇପାରିବେ । କେବଳ ମୋବାଇଲ ଫୋନ୍ ପାଇଁ ୯ଟି ସିମ୍ ସହ ମୋଟ୍ ୧୮ଟି ସିମ୍ ବ୍ୟବହାର କରିବା ପାଇଁ ଅନୁମତି ଦେଇଛନ୍ତି ସରକାର । ଏହାର ଅର୍ଥ ଜଣେ ଗ୍ରାହକ ଅଧିକରୁ ଅଧିକ ୧୮ଟି ସିମ ଇସ୍ୟୁ କରାଇପାରିବେ ।

କ’ଣ ଏହି ଇମ-ସିମ୍ ?
ଇ-ସିମକୁ ଏମେଡ଼େନ୍ ସବସ୍କ୍ରାିବର ଆଇଡେଣ୍ଟିଟି ମଡ଼୍ୟୁଲ କୁହାଯାଏ । ଏହି ଜ୍ଞାନକୌଶଳ ସପ୍ଟୱେର ଜରିଆରେ କାମ କରେ । ତେବେ ଏପରି ଜ୍ଞାନକୌଶଳ ବର୍ତ୍ତମାନ ସ୍ମାର୍ଟୱାଚରେ ବ୍ୟବହାର କରାଯାଉଛି । କିନ୍ତୁ ଏହି ଜ୍ଞାନକୌଶଳ ଏବେ ସ୍ମାର୍ଟଫୋନରେ ମଧ୍ୟ ରୋଲ ଆଉଟ୍ କରିଦିଆଯିବ, ଯେଉଁଠି ୟୁଜର କେବଳ ସପ୍ଟୱେର ଜରିଆରେ ଟେଲିକମ୍ ସେବା ନେଇପାରିବ । ଏହା ବ୍ୟତୀତ ଏକ ଅପରେଟରରୁ ଅନ୍ୟ ଅପରେଟରକୁ ପରିିବର୍ତ୍ତନ କରିବା ସହଜ ହେବ ।