କନକ ବ୍ୟୁରୋ : ଘୋଷଣା କରାଯାଇଛି ଚତୁର୍ଥ ରାଜ୍ୟ ଟେଲି ପୁରସ୍କାର । ଅଜୟ ରାଉତରାୟଙ୍କ "ନବକଳେବର' ଶ୍ରେଷ୍ଠଟେଲି ଧାରାବାହିକ ବିବେଚିତ ହୋଇଛି । "ନବକଳେବର'ର ନିର୍ଦେଶକ ଶିବପ୍ରସାଦ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ମନୋନୀତ ହୋଇଛନ୍ତି ।
ସେହିପରି ନବକଳେବରରେ ଅଭିନୟ କରି ଚୈାଧୁରୀ ବିକାଶ ଦାସ ଶ୍ରେଷ୍ଠ ଚରିତ୍ର ଅଭିନେତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେହିପରି ଏହି ଧାରାବାହିକର ସମ୍ପାଦନା ପାଇଁ ଆଦିତ୍ୟ ସାହୁଙ୍କୁ ପୁରସ୍କୃତ କରାଯିବ । "ନବକଳେବର' ଧାରାବାହିକ ପାଇଁ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ଶଙ୍କର ପ୍ରସାଦ ତ୍ରିପାଠୀଙ୍କୁ ସମ୍ମାନୀତ କରାଯିବ । ବିଶିଷ୍ଟ ସଂଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜୁରି କମିଟିରେ ଏହି ଚୟନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/22-4.jpg)