ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା : ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଜୟପାଲ ରେଡ୍ଡି

106

କନକ ବ୍ୟୁରୋ : ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ।  ସେ ନିମୋନିଆ ଓ ଜ୍ଜ୍ୱରରେ ପୀଡ଼ିତ ଥିଲେ । ଗତକାଲି ତାଙ୍କର ଅବସ୍ଥା ଗୁରୁତର ହେବାରୁ ଏଆଇଜି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ୨ଟା ୩୦ରେ ତାଙ୍କର ନିଧନ ହୋଇଛି ।

୧୬ ଜାନୁୟାରୀ ୧୯୪୨ରେ ହାଇଦ୍ରାବଦରେ ମଦଗୁଲରେ ଜନ୍ମଗ୍ରହଣ କରିଥିଲେ ଜୟପାଲ ରେଡ୍ଡି । ବର୍ତ୍ତମାନ ଉକ୍ତ ସ୍ଥାନ ତେଲେଙ୍ଗାନାର ରାଜ୍ୟର ଅନ୍ତର୍ଗତ ରହିଛି । ଜୟପାଲ ରେଡ୍ଡି ତେଲୁଗୁ ରାଜନୀତିରୁ ଜଣେ ଟାଣୁଆ ନେତା । ଅବିଭାଜିତ ଆନ୍ଧ୍ରପ୍ରଦେଶର ୪ ଥର ବିଧାୟକ ରହିବା ସହ ପଞ୍ଚମ ଥର ସାଂସଦ ନିର୍ବାଚିତ ହୋଇଥିଲେ ।

୧୫ ତମ ଲୋକସଭାରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଅର୍ଥ ବିଜ୍ଞାନ ମନ୍ତ୍ରାଳୟର ଭାର ତାଙ୍କ ଉପରେ ନ୍ୟସ୍ତ ଥିଲା । ଏହା ପୂର୍ବରୁ ୧୯୯୯୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁରଜୁରାଲଙ୍କ କ୍ୟାବିନେଟରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ଜୟପାଲ ରେଡ୍ଡି ନିର୍ବାଚନରେ ଚେବେଲ୍ଲା ଲୋକସଭା ଆସନର ସାଂସଦ ନିର୍ବାଚିତ ହୋଇଥିଲେ ।

ଜୟପାଲ ରେଡ୍ଡିଙ୍କ ନିଧନରେ ଆତ୍ମୀୟ ସ୍ୱଜନ ଭାଙ୍ଗିପଡ଼ିବା ସହ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଦେଶ ଜଣେ ଟାଣୁଆ ନେତାକୁ ହରାଇଛି । ଦଳୀୟ ସଂଗଠନକୁ ମଜଭୁତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।