ପାଟକୁରା ଓସ୍ତପୁରର ୨୧୮ ନଂ ବୁଥ ଓ ବିଲବଲରାମପୁରର ୨୦୧ ନଂ ବୁଥରେ ଇଭିଏମ ତ୍ରୁଟି : ମତଦାନ ବିଳମ୍ବ, ଭୋଟରଙ୍କ ମଧ୍ୟରେ ଅସନ୍ତୋଷ

110

କନକ ବ୍ୟୁରୋ : ପାଟକୁରା ପାଇଁ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଧୀରେ ଧୀରେ ବୁଥ ଗୁଡିକରେ ଭୋଟରଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ବର୍ଷାରେ ଓଦା ହୋଇ ମଧ୍ୟ ଭୋଟରମାନେ ଭୋଟ ଦେବାକୁ ଆସୁଛନ୍ତି । ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ମତଦାନ ପାଇଁ ଭୋଟରଙ୍କ ଲଂବା ଲାଇନ୍ ଦେଖିବାକୁ ମିଳିଛି ବୁଥ୍ ଗୁଡିକରେ । ତେବେ ଏହାରି ଭିତରେ ଭୋଟଗ୍ରହଣ ଆରମ୍ଭରୁ ଇଭିଏମ ଅଚଳ ହେବା ଯୋଗୁଁ ଅନେକ ବୁଥରେ ମତଦାନ ପ୍ରକିୟା ବିଳମ୍ବିତ ହୋଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ସୂଚନା ଅନୁସାରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରେ ଇଭିଏମ ତ୍ରୁଟି ଦେଖିବା ପାଇଁ ମିଳିଛି । ଗରଦପୁର ବ୍ଲକର ଓସ୍ତପୁର ୨୧୮ ନଂ ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଛି । ଫଳରେ ମତଦାନ ବିଳମ୍ବ ହେଉଛି । ବିଳମ୍ବ ଯୋଗୁଁ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ବିଲବଲରାମପୁରର ୨୦୧ ନମ୍ବର ବୁଥରେ ମଧ୍ୟ ଇଭିଏମ୍ ତ୍ରୁଟି ଦେଖାଦେଇଛି । ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ।