କନକ ବ୍ୟୁରୋ : ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ତାଙ୍କ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଉଚ୍ଚଶିକ୍ଷା ପ୍ରମୁଖ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି । ଆଗାମୀ ତିନି ମାସ ମଧ୍ୟରେ ଶିକ୍ଷକଙ୍କ ଦାବି ପୂରଣ ନେଇ ନିଷ୍ପତି ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ସୋମବାର ଠାରୁ ଆରମ୍ଭ ହେଉଥିବା ଯୁକ୍ତ ଦୁଇ ପରୀକ୍ଷାରେ ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ସଂଘ ସଭାପତି ।
ଆନ୍ଦୋଳନରୁ ଓହରିଲେ ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ! ତିନି ମାସ ଭିତରେ ଦାବି ପୂରଣ ନେଇ ନିଷ୍ପତି ପ୍ରତିଶ୍ରୁତି ଦେଲେ ସରକାର
/kanak/media/post_attachments/wp-content/uploads/2017/03/vlcsnap-2017-03-05-07h26m48s325.png)