କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଧାରଣାରେ ବସିବା ପରେ ମହାସମାବେଶ କରି ସ୍କୁଲ କଲେଜରେ ତାଲା ପକାଇବାକୁ ଧମକ ଦେଇଛି ଶିକ୍ଷକ ଅଧ୍ୟାପକ ମିଳିତ ମଂଚ । ୩୮ଡିଗ୍ରୀ ଖରାରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି ବ୍ଲକ୍ ଗ୍ରାଂଟ ସ୍କୁଲ- କଲେଜର ହଜାର ହଜାର ଶିକ୍ଷକ, ଅଧାପକ ଓ କର୍ମଚାରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜରାସ୍ତାରେ ଲଢ଼େଇ ଚାଲିବ ।
ମଙ୍ଗଳବାର ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ବୁଧବାର ରାଜଧାନୀରେ ଏହି ଆନ୍ଦୋଳନ କରିଛନ୍ତି ଅଧ୍ୟାପକ ଓ କର୍ମଚାରୀ । ଏପିରିକି ଆନ୍ଦୋଳନକୁ ଅଭିଭାବକ ଓ ଛାତ୍ର ସଂଗଠନ ସମର୍ଥନ ଜଣାଇଥିବା ସଂଘ ଦାବି କରିଛି । ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ଶିକ୍ଷାମନ୍ତ୍ରୀ ଓ ସଚିବ ମାନଙ୍କ ସହ ଆଲୋଚନା ବେଳେ ସରକାର ଗୋଟିଏ ଦାବି ମାନିନେଇଥିଲେ । ୨୦୧୪ ଆଇନ ଅନୁଯାୟୀ ଆନୁପାତିକ ଦରମା ବୃଦ୍ଧି ପ୍ରସଙ୍ଗରେ ସରକାର ସହମତ ହୋଇଛନ୍ତି । ହେଲେ ସତ୍ୟପାଠ ଉଚ୍ଛେଦ ସମେତ ୫ଦଫା ଦାବି ପୂରଣ ନେଇ ସରକାର ସମୟ ମାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/3-32.jpg)
/kanak/media/post_attachments/wp-content/uploads/2018/04/4-24.jpg)