ଷଷ୍ଠ ଦିନରେ ପହଁଚିଲା ଶିକ୍ଷକଙ୍କ ଆନ୍ଦୋଳନ ! ଦାବିକୁ ସମର୍ଥନ କରି ଧାରଣାରେ ସାମିଲ ହେଲେ ଛାତ୍ରଛାତ୍ରୀ

30

କନକ ବ୍ୟୁରୋ : ଷଷ୍ଠ ଦିନରେ ପହଁଚିଲା ବ୍ଲକଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ । ଆଜି ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଧାରଣାରେ ସାମିଲ ହୋଇଛନ୍ତି ଛାତ୍ରଛାତ୍ର । ୬ଦଫା ଦାବି ନେଇ ଯୁକ୍ତ ଦୁଇ ଖାତା ଦେଖାକୁ ବର୍ଜନ କରି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣା ଜାରି ରଖିଛି ଶିକ୍ଷକ ଓ ଅଧ୍ୟାପକ ମିଳିତ ମଂଚ । ଖାତା ଦେଖା ବର୍ଜନ ଯୋଗୁଁ ମାତ୍ର ୩୬ପ୍ରତିଶତ ଅଧ୍ୟାପକ ଖାତା ଦେଖୁଛନ୍ତି । ତେଣୁ ଖାତା ଦେଖା ବିଳମ୍ବ ହେବା ସହ ପରୀକ୍ଷାଫଳ ପ୍ରକାଶ ପାଇବା ମଧ୍ୟ ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ସେପଟେ ଆଉ ଏକ ବଡ ଆଶଙ୍କା ହେଉଛି ସର୍ବଭାରତୀୟ ସ୍ତରର ପ୍ରତିଯୋଗୀତା ମୂଳକ ପରୀକ୍ଷା । ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ କିନ୍ତୁ କାଉନସେଲିଂ ସମୟରେ ସମସ୍ୟା ସୃଷ୍ଟି ହେବ । ଫଳରେ ଜେଇଇ, ନିଟ୍, ନାଇଜର, ଏମ୍ସ ଆଦି ସର୍ବଭାରତୀୟ ସ୍ତରର ପରୀକ୍ଷା ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇ ଦେଇଛି । ଫଳରେ ଚିନ୍ତାରେ ପଡିଛନ୍ତି ଅଭିଭାବକ ।

ସୂଚନାଯୋଗ୍ୟ ଆନ୍ଦୋଳନ ଯୋଗୁଁ ବିଳମ୍ବ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷାଫଳ । ଶିକ୍ଷକଙ୍କ ଆନ୍ଦୋଳନ ଏକ ସାଂଘାତିକ ସମସ୍ୟା ସୃଷ୍ଟି କରିପାରେ । ଧିମା ଗତିରେ ଖାତା ଦେଖା ଚାଲୁଥିବାରୁ ଠିକ୍ ସମୟରେ ପରୀକ୍ଷା ପ୍ରକାଶ ପାଇବାରେ ସନ୍ଦେହ ଦେଖାଦେଇଛି । ସେପଟେ ଆଉ ଏକ ବଡ ଆଶଙ୍କା ହେଉଛି ସର୍ବଭାରତୀୟ ସ୍ତରର ପ୍ରତିଯୋଗୀତା ମୂଳକ ପରୀକ୍ଷା । ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ କିନ୍ତୁ କାଉନସେଲିଂ ସମୟରେ ସମସ୍ୟା ସୃଷ୍ଟି ହେବ । ଫଳରେ ଜେଇଇ, ନିଟ୍, ନାଇଜର, ଏମ୍ସ ଆଦି ସର୍ବଭାରତୀୟ ସ୍ତରର ପରୀକ୍ଷା ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇ ଦେଇଛି ।