ବିରୋଧୀଙ୍କ ମିଶନ ସରକାର,ଚାଲିଛି ସାକ୍ଷାତ ପର୍ବ ରାଜନୀତି : ମୋଦିଙ୍କୁ ଗାଦିଚ୍ୟୁତ କରିବାକୁ ମହାମେଂଟ ଚକ୍ରବ୍ୟୁହ, ଶୀର୍ଷ ନେତାଙ୍କ ମାନସମନ୍ଥନ ଆରମ୍ଭ

307

କନକ ବ୍ୟୁରୋ : ନିର୍ବାଚନ ମହାସମରର ସପ୍ତମ ଚରଣ ପ୍ରଚାର ଶେଷ ହେବା ପରେ ବିରୋଧୀ ଶିବିରରେ ହଲଚଲ୍ । ମୋଦିଙ୍କୁ ଏଥର ଗାଦିଚ୍ୟୁଦ କରିବା ସହ ସରକାର ଗଢ଼ିବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ଦିନେ ଥିଲା ଜଣେ ଜଣକୁ ଦେଖୁଥିଲେ ନାକ ଟେକୁଥିଲେ, ହେଲେ ଆଜି ଦିଲ୍ଲୀ ଗାଦି ପାଇଁ ହାତ ମିଳାଇବାକୁ ପଛାଉ ନାହାନ୍ତି ଅହିନକୂଳ ସମ୍ପର୍କ ଥିବା ନେତା । ଚଳିତ ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିବାର ଆଶା ଦେଖାଯାଉନାହିଁ । ଆଉ ଏହି ପରିପେକ୍ଷୀରେ ବିରୋଧୀ ନେତାମାନେ ବିଭିନ୍ନ ସ୍ତରରେ ମିଶନ ସରକାର ଉପରେ କାମ ଆରମ୍ଭ କରିଦେଇଛନ୍ତି । ଫଳାଫଳା ଆସିବା ପୂର୍ବରୁ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ପଦ ପାଇଁ ବବାଦ ଲାଗି ରହିଛି । ଅନ୍ୟପଟେ ଏବେ ପଦ ଭୁଲି ମୋଦିଙ୍କୁ ହଟାଇବା ପାଇଁ ଚାଲିଛି ବିରୋଧୀଙ୍କ ମାନସମନ୍ଥନ । ଫଳାଫଳ ଆସିବା ପୂର୍ବରୁ ମହାମେଂଟ କରିବା ପାଇଁ ବିରୋଧୀ ଲାଗିପଡ଼ିଛନ୍ତି ।

ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ବିରୋଧୀ ନେତାଙ୍କୁ ଏକଜୁଟ କରିବା ପାଇଁ ସାକ୍ଷାତ ପର୍ବ ଆରମ୍ଭ କରଦେଇଛନ୍ତି । ଦକ୍ଷିଣରର ଦୁଇ ପ୍ରମୁଖ ନେତା ଟିଡ଼ିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଓ ଟିଆରଏସ୍ ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ ବିରୋଧୀ ଦଳକୁ ଏକାଠି କରିବା ପାଇଁ ଆଗେଇ ଆସିଛନ୍ତି । ମିଶନ ସରକାରରେ ବାହାରିଥିବା ଚନ୍ଦ୍ରବାବୁ ନାଇଡ଼ୁ ଆଜି ସକାଳେ କଂଗ୍ରସେ ଅଧ୍ୟକ୍ଷକଙ୍କୁ ସାକ୍ଷାର କରିଛନ୍ତି । ଫଳାଫଳ ପରେ କେଉଁ ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ ସେନେଇ ଆଲୋଚନା କରୁଛନ୍ତି । ସେପଟେ କଂଗ୍ରେସ ଅକ୍ଷ୍ୟକ୍ଷଙ୍କୁ ସାକ୍ଷାତ କରିସାରିବା ପରେ ନାଇଡ଼୍ୁ ଲକ୍ଷ୍ନୌ ଅଭିମୁଖେ ଯାଇ ବସପା ମୁଖ୍ୟ ମାୟାବତୀ ଓ ସପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ସାକ୍ଷାତ କରିବେ ।

ସୂଚନାଯୋଗ୍ୟ ନାଇଡ଼ୁ ଗତକାଲି ପ୍ରଥମେ କଂଗ୍ରେସ ନେତା ଅଭିଷେକ ମନୁ ସିଘବୀଙ୍କୁ ସାକ୍ଷାତ କରିଥିଲେ । ସିଘବୀଙ୍କୁ ସାକ୍ଷାତ କରିବା ପରେ ଆମ ଆଦମି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଫଳାଫଳ ରଣନୀତି ଉପରେ ଅନେକ ସମୟ ଧରି ଆଲୋଚନା ହୋଇଥିଲା । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପାର୍ଟିର ବରିଷ୍ଠ ନେତା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

ସେପଟେ ଆଜି ଏନସିପି ସୁପ୍ରିମୋ ଶରଦ ପାୱାର ଓ ସୋନିଆ ଗାନ୍ଧୀଙ୍କୁ ସାକ୍ଷାର କାର୍ଯ୍ୟକ୍ରମ ରହିଛି । ନାଇଡ଼ୁଙ୍କୁ ବ୍ୟିତୀତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ମଧ୍ୟ ବିରୋଧୀଙ୍କୁ ଏକାଠି କରିବା ପାଇଁ ଚେଷ୍ଟା କରିଛନ୍ତି । ମୋଦିଙ୍କୁ କଳେବଳେ କୌଶଳେ ଚଳିତ ନିର୍ବାଚନରେ ପରାଜିତ କରିବା ପାଇଁ ଲାଗିପଡ଼ିଛନ୍ତି ବିରୋଧୀ । ତେବେ ମେ ୨୩ରେ ସ୍ପଷ୍ଟ ହୋଇିଯବ ଦେଶରେ ମୋଦି ଲେହେର କାମ କରୁଛି ନା ବିରୋଧୀଙ୍କ ଏକତାକୁ ଜନତା ପସନ୍ଦ କରୁଛନ୍ତି ।