ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସାଂସଦ ତଥାଗତ ଶତପଥୀଙ୍କ ସମାଲୋଚନା ! ଟ୍ୱିଟ୍ କରି କହିଲେ,କାହିଁକି ଓଡିଶା ଗରିବ ବୋଲି ବାରମ୍ବାର ଉଠୁଛି ପ୍ରଶ୍ନ

51

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସାଂସଦ ତଥାଗତଙ୍କ ବିବାଦୀୟ ଟ୍ୱିଟ୍ । ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କଲେ ସାଂସଦ ତଥାଗତ ଶତପଥି । ତଥାଗତ ଟ୍ୱିଟ୍ କରି କହିଛନ୍ତି କୃଷକଙ୍କୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ପ୍ରାଚୁର୍ଯ୍ୟ ଭିତରେ ଓଡିଶା ଗରୀବ ।

ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ବୋଲି କହିଛନ୍ତି ତଥାଗତ । ସେ କହିଛନ୍ତି ଓଡିଶାର ଅଧିକାଂଶ ଲୋକ କୃଷକ, ଉଦ୍ୟୋଗପତି ନୁହଁନ୍ତି । ଏହା ସହିତ ଓଡିଶାର ସଂସ୍କୃତି ଶିଳ୍ପ ଆଧାରିତ ନୁହେଁ । ତେଣୁ କୃଷକଙ୍କୁ ଆର୍ଥିକ ସହଯୋଗ ଦେଲେ ସେମାନଙ୍କୁ ପ୍ରକୃତ ସମ୍ମାନ ହେବ । ଏହାଦ୍ୱାରା ସେମାନେ ଅତି ନିକଟରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ମନୋରଞ୍ଜନ ସୁବିଧା ପାଇ ପାରିବେ । କିନ୍ତୁ ଚାଷୀଙ୍କ ଉନ୍ନତି ପାଇଁ କାହାର ଆନ୍ତରିକତା ନାହିଁ ।