ତରଭା ହତ୍ୟାକାଣ୍ଡ ମାମଲା : ମୁଖ୍ୟ ଅଭିଯୁକ୍ତ ହୃଦାନନ୍ଦ ବିଶ୍ୱାଳକୁ ଢେଙ୍କାନାଳ ଏସଡିଜେଏମ କୋର୍ଟରେ ହାଜର କଲା କ୍ରାଇମବ୍ରାଂଚ

43

କନକ ବ୍ୟୁରୋ : ତରଭା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ହୃଦାନନ୍ଦ ବିଶ୍ୱାଳକୁ ଢେଙ୍କାନାଳ ଏସଡିଜେଏମ କୋର୍ଟରେ ହାଜର କରିଛି କ୍ରାଇମବ୍ରାଂଚ । କୋର୍ଟରେ ହାଜର କରାଯିବା ପରେ ମୁଖ୍ୟ ଅଭିଯୁକ୍ତକୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

ଆଜି ଭୋରରୁ ଜଟଣୀ ରେଳଷ୍ଟେସନରୁ ହୃଦାନନ୍ଦକୁ ଗିରଫ କରାଯାଇଥିଲା । ଢେଙ୍କାନାଳ ତରଭା ଗାଁର ସଲମନ ରାଉତଙ୍କୁ ହତ୍ୟା ମାମଲାରେ ୧୫ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରାଯାଇଛି ।