କନକ ବ୍ୟୁରୋ : ତରଭା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ହୃଦାନନ୍ଦ ବିଶ୍ୱାଳକୁ ଢେଙ୍କାନାଳ ଏସଡିଜେଏମ କୋର୍ଟରେ ହାଜର କରିଛି କ୍ରାଇମବ୍ରାଂଚ । କୋର୍ଟରେ ହାଜର କରାଯିବା ପରେ ମୁଖ୍ୟ ଅଭିଯୁକ୍ତକୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।
ଆଜି ଭୋରରୁ ଜଟଣୀ ରେଳଷ୍ଟେସନରୁ ହୃଦାନନ୍ଦକୁ ଗିରଫ କରାଯାଇଥିଲା । ଢେଙ୍କାନାଳ ତରଭା ଗାଁର ସଲମନ ରାଉତଙ୍କୁ ହତ୍ୟା ମାମଲାରେ ୧୫ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-17-15h12m24s143.png)