କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ତାରା ! କହିଲେ,ପ୍ରଦୀପ ମାଝି ଚାହିଁଲେ ଟିକେଟ ଦିଅନ୍ତି ଓ କାଟନ୍ତି

512

କନକ ବ୍ୟୁରୋ : ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିରୋଧର ସ୍ୱର ଉଠିବା ସାଧାରଣ କଥା । ଟିକେଟ ନମିଳିଲେ ନେତାମାନେ ଦଳ ଛାଡ଼ିବା କଥା ମଧ୍ୟ ସାଧାରଣ କଥା । ଗତକାଲି ବିଜେଡ଼ି ସୁପ୍ରିମୋ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମଧ୍ୟରାତ୍ରରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ତେବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳରେ ଉଠିଛି ବିରୋଧର ସ୍ୱର ।

କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ତାରପ୍ରସାଦ ବାହନୀପତି । ସେ କହିଛନ୍ତି କୋରାପୁଟ ହେଉଛି କଂଗ୍ରେସ ଗଡ । କିନ୍ତୁ ଏଠାରେ ସବୁ ଗଡବଡ ଚାଲିଛି । କିଏ ଗଡବଡ କରୁଛି ତାହା ସମୟ କହିବ । ପ୍ରଦୀପ ମାଝି ଚାହିଁଲେ ଟିକେଟ ଦିଅନ୍ତି ଓ କାଟନ୍ତି । ମୋ କଥା ରହେନାହିଁ । ପୂର୍ବରୁ କୁହାଯାଇଥିଲା ସମସ୍ତ ବିଧାୟକଙ୍କୁ ଟିକେଟ ମିଳିବ । ଏବେ କୋଟ୍ଟପାଡ ଓ ଲକ୍ଷ୍ମୀପୁରରୁ ଟିକେଟ ଫାଇନାଲ ନ ହେବା ଦୁର୍ଭାଗ୍ୟଜନକ । ବିଧାନସଭା ବର୍ତ୍ତମାନ ସେ ସନ୍ତୁଷ୍ଟ ଓ କୋରାପୁଟ ଲୋକସଭା ଆସନ ଘୋଷଣାକୁ ଅପେକ୍ଷା କରିଛି ବୋଲି କହିଛନ୍ତି । ସେପଟେ ତାରା କହିଛନ୍ତି କଂଗ୍ରେସ ଲୋକସଭା ପାଇଁ ନୂଆ ମୁହଁ ଦେଇଛି । ଚଳିତ ଥର ନୂଆ ମୁହଁକୁ ଓ ଯୁବକଙ୍କୁ ସୁଯୋଗ ଦିଆଯାଇଛି । କୋରାପୁଟରେ ପୁଣି ଥରେ ଗଡ଼ ରକ୍ଷା କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ତାରା ପ୍ରସାଦ ବାହିନୀପତି ।

ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନ ପାଇଁ ଭୟଭୀତ ହୋଇପଡ଼ିଛନ୍ତି । ସେଥିପାଇଁ କାଳିଆ, ପିଠା ପରି ଅନେକ ଯୋଜନା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ତାରାବାହିନୀ ପତି । ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରୁଛନ୍ତି । ସେଥିପାଇଁ ଗୋଟିଏ ନୁହେଁ ଦୁଇଟି ନିର୍ବାଚନୀ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି ।