ଭାରତ-ପାକ୍ ସୀମାରେ ଲଢିବେ ପ୍ରଥମ ମହିଳା କମାଣ୍ଡାଂଟ ତନୁଶ୍ରୀ ପାରେଖ ! ଗୃହମନ୍ତ୍ରୀ ରାଜନାଥ ସିଂହ ଦେଲେ ରାଙ୍କ୍ ଷ୍ଟାର

24

ପ୍ରଥମ ମହିଳା ଅଫିସର ଭାବେ ସୀମା ଜଗିବେ ତନୁଶ୍ରୀ ପାରେଖ । ଖୁବଶ୍ରୀଘ୍ର ଭାରତ-ପାକିସ୍ତାନ ସୀମାରେ ସେ ମୁତୟନ ହେବେ । ସୀମା ସୁରକ୍ଷା ବଳ ବିଏସଏଫର ଏକ ୟୁନିଟରେ କମାଣ୍ଡିଂ ଅଫିସର ଭାବେ ତାଙ୍କର ପୋଷ୍ଟି ହେବାକୁ ଯାଉଛି ।

ବିଏସଏଫର ୫୧ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଫିସରଙ୍କୁ ଏଭଳି ଗୁରୁ ଦାୟିତ୍ୱ ମିଳିଛି । ଶନିବାର ଦିନ ୬୭ ଜଣ ଟ୍ରେନି ଅଫିସରଙ୍କ ପାସିଙ୍ଗ୍ ଆଉଟ୍ ପରେଡରେ ରାଜସ୍ଥାନ ବିକାନେର ନିବାସୀ ୨୫ ବର୍ଷୀୟା ତନୁଶ୍ରୀ ପାରେଖ ନେତୃତ୍ୱ ନେଇଥିଲେ । ଗୃହମନ୍ତ୍ରୀ ରାଜନାଥ ସିଂହ, ତନୁଶ୍ରୀଙ୍କୁ ରାଙ୍କ୍ ଷ୍ଟାର ପ୍ରଦାନ କରିଥିଲେ ।

ୟୁପିଏସସିର ସର୍ବ ଭାରତୀୟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ପ୍ରଥମ ମହିଳା ଅଫିସ ଅଫିସର ଭାବେ ୨୦୧୪ରେ ତନୁଶ୍ରୀ ପାରେଖ ବିଏସଏଫରେ ଯୋଗ ଦେଇଥିଲେ । ୨୦୧୩ରେ ମହିଳାଙ୍କୁ ବିଏସଏଫରେ ସ୍ଥାନ ମିଳିଥିଲା ।