ତାମିଲନାଡୁରେ ହାଇଆଲର୍ଟ :୬ ସନ୍ଦିଗ୍ଧ ଆତଙ୍କବାଦୀ ପଶିଆସିଥିବା ଗୁଇନ୍ଦା ସୂଚନା ପରେ ବଢିଲା ସୁରକ୍ଷା

Advertisment
ଜାମ୍ମୁକାଶ୍ମୀରରେ ଏବର୍ଷ ନିପାତ ହେଲେଣି ୧୯୧ ଆତଙ୍କବାଦୀ । କିନ୍ତୁ କମୁନି ସଂଖ୍ୟା, ଆତଙ୍କୀ ସଂଗଠନରେ ଯୋଗ ଦେଉଛନ୍ତି ସ୍ଥାନୀୟ ଯୁବକ ।

କନକ ବ୍ୟୁରୋ : ତାମିଲନାଡୁ କୋଏମ୍ବାଟୁରକୁ ପଶିଆସିଛନ୍ତି ୬ ସନ୍ଦିଗ୍ଧ ଆତଙ୍କବାଦୀ । ଶ୍ରୀଲଙ୍କା ରାସ୍ତା ଦେଇ ୬ ଲସ୍କର ଆତଙ୍କବାଦୀ ତାମିଲନାଡୁ କୋଏମ୍ବାଟୁରରେ ଅନୁପ୍ରବେଶ କରିଛନ୍ତି । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ତା ସହ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶୀଳ ଅଂଚଳ ତଥା ସପିଙ୍ଗ ମଲ, ବସଷ୍ଟାଂଣ୍ଡ,ଷ୍ଟେସନ ଆଦି ଜନବହଳିପୂର୍ଣ୍ଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

publive-image

ତା’ସହ ଯାଆସ କରୁଥିବା ଲୋକମାନଙ୍କ ସମ୍ପର୍କରେ ସଠିକ ତଥ୍ୟ ପୁଲିସ ରଖୁଥିବାବେଳେ ଗାଡିମୋଟର ତନ୍ନ ତନ୍ନ କରି ଯାଂଚ କରାଯାଉଛି । ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କ ମାନଙ୍କୁ ପରିଚୟ ପତ୍ର ମାଗୁଛି ପୁଲିସ । ସ୍ଥାନେ ସ୍ଥାନେ ସୁରକ୍ଷାବାହିନୀ ମୂତୟନ ହୋଇ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଗୁଇନ୍ଦା ସୂଚନା ଅନୁସାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସୁରାକ୍ଷା କେନ୍ଦ୍ର, ପୂଜା କେନ୍ଦ୍ର, ପର୍ଯ୍ୟଟନ ସ୍ଥଳି ଏବଂ ବିଦେଶ ଦୂତାବାସ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ।

ଅନୁପ୍ରବେଶର ସୂଚନା ମିଳିବା ପରେ ସବୁ ଜିଲ୍ଲା ଏବଂ ସମୁଦ୍ରକୂଳିଆ ଅଞ୍ଚଳରେ ସୁରକ୍ଷାକୁ କଡା କରାଯାଇଛି । ଅଧିକାରୀମାନେ ବିଭିନ୍ନ ବନ୍ଦର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିି ୬ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ଆତଙ୍କବାଦୀ ଥିବାବେଳେ ଆଉ ଜଣେ ଶ୍ରୀଲଙ୍କାର ତାମିଲ ଆତଙ୍କବାଦୀ ରହିଥିବା ଗୁଇନ୍ଦା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe