ତାମିଲନାଡୁରେ ଏଆଇଏଡିଏମକେର ଦୁଇଗୋଷ୍ଠୀ ମଧ୍ୟରେ ଡିଲ୍ ଚୂଡାନ୍ତ ! ପଲାନିସାମୀ ରହିବେ ମୁଖ୍ୟମନ୍ତ୍ରୀ, କ୍ୟାବିନେଟକୁ ଫେରିବେ ପନିରସେଲେଭମ

44

କନକ ବ୍ୟୁରୋ : ତାମିଲନାଡୁରେ ଏଆଇଏଡିଏମକେର ଦୁଇଗୋଷ୍ଠୀ ମଧ୍ୟରେ ଡିଲ ଏକପ୍ରକାର ଚୂଡାନ୍ତ ହୋଇଛି । ଶଶିକଳା ଓ ତାଙ୍କ ବିଶ୍ୱସ୍ତ ଦିନାକରନଙ୍କୁ ବାଦ ଦେଇ ପନିରସେଲେଭମ ଓ ପଲାନିସାମୀ ଗୋଷ୍ଠୀ ଡିଲ ପାଇଁ ରାଜି ହୋଇଛନ୍ତି । ଡିଲ ଅନୁସାରେ ପଲାନିସାମୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ରହିବେ । ଆଉ ପନିରସେଲେଭମ ରାଜ୍ୟ କ୍ୟାବିନେଟକୁ ଫେରିବେ ।

ତେବେ ଏ ନେଇ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ । ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ପାଇଁ କଥାବାର୍ତା ହୋଇଥିଲେ ବି ଏହା ବିଫଳ ହୋଇଥିଲା । ଶଶିକଳା ଓ ଦିନାକରନକୁ ବାଦ ଦେଲେ ହିଁ ଏଆଇଏଡିଏମକେର ମିଶ୍ରଣ ସମ୍ଭବ ବୋଲି ପନିରସେଲେଭମ ସର୍ତ ରଖିଥିଲେ ।