ଗ୍ରାହକ ଆଖିରେ ପିଆଜ ଲୁହ : ୨୦୦ ଟଙ୍କାରେ ପହଞ୍ଚିଲା ଦର 

କମୁନି ପିଆଜ ପ୍ରକୋପ: ଶହେ ଡେଇଁ ଦେଢ ଶହରେ ପହଁଚିଲା ଦର । ଖୁବଶୀଘ୍ର ୨ ଶହ ଛୁଇଁବା ଆଶଙ୍କା । ରାଜ୍ୟ ସହ ସାରା ଦେଶକୁ କନ୍ଦାଇଲା ପିଆଜ

କନକ ବ୍ୟୁରୋ : ପକେଟ ଉପରେ ପିଆଜ ମାଡ ।  ପିଆଜ ଖାଇବା ଛାଡୁଛନ୍ତି । ହାଣ୍ଡିଶାଳରୁ ହଜିଲାଣି ପିଆଜ । ଦିନକୁ ଦିନ ବଢ଼ିବାରେ ଲାଗିଛି ପିଆଜ ଦର । କିଛି ସ୍ଥାନରେ ପିଆଜ ଅଭାବରୁ ଲୋକେ ଏହାକୁ ଚୋରି କରିବା ଆରମ୍ଭ କରିଦେଲେଣି । ରେକର୍ଡ଼ ସ୍ତରରେ ପହଞ୍ଚିଛି ପିଆଜ ଦର । ସାରା ଦେଶରେ ପିଆଜ ଦର ହୁତୁ ହୁତୁ ହୋଇ ବଢ଼ୁଥିବା ବେଳେ ତାମିଲନାଡ଼ୁ ମଦୁରାଇରେ ୨୦୦ ଟଙ୍କାରେ ପହଞ୍ଚିଛି ପିଆଜ କିଲୋ । ପାଞ୍ଚ କିଲୋ ପିଆଜ କିଣୁଥିବା ଲୋକେ ଏବେ ମାତ୍ର କେଜିଏ ପିଆଜ କିଣୁଛନ୍ତି ।  ପିଆଜର ଦରବୃଦ୍ଧି ଯୋଗୁଁ ଗ୍ରାହକ ଅସନ୍ତୁଷ୍ଟ ଥିବାବଳେ ଏହି ଦର ଦେଖିଲା ବେଳକୁ ଲାଗୁଛି ଆଉ ପିଆଜ କିଣିବେନି ଲୋକେ ।

ତେବେ ଦରବୃଦ୍ଧି ଯୋଗୁଁ ଗ୍ରାହକ ହଇରାଣ ହେବା ସହ ବ୍ୟବସାୟୀ ବି କମ୍ ହଇରାଣ ହେଉନାହାନ୍ତି । ଦରବୃଦ୍ଧି ଯୋଗୁଁ ବ୍ୟବସାୟୀ ମଧ୍ୟ ସେମାନଙ୍କ ବ୍ୟବସାୟରେ ସେତେଟା ଲାଭ ପାଉ ନଥିବା କହିଛନ୍ତି। ତେବେ ନିକଟରେ ପିଆଜ ଦର କମ ହେବାର କୌଣସି ସମ୍ଭାବନା ନାହିଁ । ଅନ୍ୟପଟେ ସରକାରୀ ଭାବେ ମିଳିଥିବା ସୂଚନା ଅନୁଯାୟୀ ଏହି ଦରବୃଦ୍ଧି ଡିସେମ୍ବର ଶେଷ ପର୍ୟ୍ୟନ୍ତ ଲାଗି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe