ଅନୁଗୁଳ : ତାଳଚେର ଏମସିଏଲ୍ କୋଇଲା ଖଣିରେ ଖସିଲା ବିରାଟ ମାଟି ଅତଡା

32

କନକ ବ୍ୟୁରୋ : ତାଳଚେର ଏମସିଏଲ୍ କୋଇଲା ଖଣିରେ ଖସିଛି ବିରାଟ ମାଟି ଅତଡା । ପ୍ରାୟ ୨୦୦ ଫୁଟ୍ ତଳକୁ ଖସିଛି ମାଟି ଅତଡା । ତାଳଚେର ଏମସିଏଲ୍ ଜଗନ୍ନାଥ କୋଇଲା ଖଣିରେ ଏହି ମାଟି ଅତଡା ଖସି ପଡିଛି । ମାଟି ଅତଡା ଖସି ପଡିବା ଫଳରେ କୋଇଲା ପରିବହନ ପାଇଁ ଉଦ୍ଧିଷ୍ଟ ରାସ୍ତା ପ୍ରାୟ ୨୦୦ ଫୁଟ୍ ତଳକୁ ଚାଲିଯାଇଛି । ଅତଡା ଖସିବା ସମୟରେ ଭୟଙ୍କର ଶବ୍ଦ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ରାକଷବାହାଳ ଗ୍ରାମବାସୀ ଭୟଭୀତ ଅଛନ୍ତି । କୋଇଲା ଉତ୍ପାଦନ କ୍ଷେତ୍ରରେ ଏଭଳି ଅଘଟଣ ଘଟିଛି । ତେବେ ଏନେଇ ଖଣି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।