‘ଡିୟର ଜିନ୍ଦେଗୀ’ରେ ନଜର ଆସିବେନି ତାହିର ରାଜ ଭସିନ

‘ଡିୟର ଜିନ୍ଦେଗୀ’ରେ ନଜର ଆସିବେନି ତାହିର ରାଜ ଭସିନ

source-aajtak

ଅଭିନେତା ତାହିର ରାଜ ଭସିନ ‘ଡିୟର ଜିନ୍ଦେଗୀ’ ସିନେମାରେ କାମ କରୁ ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି । ଉରି ଆକ୍ରମଣ ଘଟଣା ପରେ ପାକିସ୍ତାନୀ ଅଭିନେତାଙ୍କୁ ଭାରତୀୟ ସିନେମାରେ ଅଭିନୟ ବ୍ୟାନ କରିବା ଖବର ପରେ ଏ କଥାର ଚର୍ଚ୍ଚା ହୋଇଥିଲା । ମର୍ଦ୍ଦାନୀ ଅଭିନେତା ତାହିର ରାଜ ଭସିନ ଡିୟର ଜିନ୍ଦେଗୀ ସିନେମାରେ ପାକିସ୍ତାନୀ ଅଭିନେତା ଅଲ୍ଲୀ ଜାଫରଙ୍କୁ ରିପ୍ଲେସ କରିଛନ୍ତି ବୋଲି ସୂଚନା ମିଳିଥିଲା ।

କିନ୍ତୁ ଏକଥାକୁ ଖଣ୍ଡନ କରିଛନ୍ତି ନିଜେ ତାହିର ଏବଂ କହିଛନ୍ତି ମୋତେ ଏ ବିଷୟରେ ପକ୍କା କଥା ଜଣାପଡିଲେ ସେ ଜଣାଇବେ । ଏବେ ସେ ଏହି ସିନେମାରେ କାମ କରୁ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ତାହିର୍ ଜନ ଆବ୍ରାହାମଙ୍କ ସହ ଫୋର୍ସ ୨ ସିନେମାରେ ନଜର ଆସିବେ । ଏହି ସିନେମା ମର୍ଦ୍ଦାନୀ ଠାରୁ ବହୁତ ଅଲଗା ବୋଲି ସେ କହିଛନ୍ତି । ଜନ ଆବ୍ରାହାମ ଓ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ସିନେମା ଫୋର୍ସ ୨ ନଭେମ୍ବର ୨୫ରେ ରିଲିଜ ହେବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe