ଅଭିନେତା ତାହିର ରାଜ ଭସିନ ‘ଡିୟର ଜିନ୍ଦେଗୀ’ ସିନେମାରେ କାମ କରୁ ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି । ଉରି ଆକ୍ରମଣ ଘଟଣା ପରେ ପାକିସ୍ତାନୀ ଅଭିନେତାଙ୍କୁ ଭାରତୀୟ ସିନେମାରେ ଅଭିନୟ ବ୍ୟାନ କରିବା ଖବର ପରେ ଏ କଥାର ଚର୍ଚ୍ଚା ହୋଇଥିଲା । ମର୍ଦ୍ଦାନୀ ଅଭିନେତା ତାହିର ରାଜ ଭସିନ ଡିୟର ଜିନ୍ଦେଗୀ ସିନେମାରେ ପାକିସ୍ତାନୀ ଅଭିନେତା ଅଲ୍ଲୀ ଜାଫରଙ୍କୁ ରିପ୍ଲେସ କରିଛନ୍ତି ବୋଲି ସୂଚନା ମିଳିଥିଲା ।
କିନ୍ତୁ ଏକଥାକୁ ଖଣ୍ଡନ କରିଛନ୍ତି ନିଜେ ତାହିର ଏବଂ କହିଛନ୍ତି ମୋତେ ଏ ବିଷୟରେ ପକ୍କା କଥା ଜଣାପଡିଲେ ସେ ଜଣାଇବେ । ଏବେ ସେ ଏହି ସିନେମାରେ କାମ କରୁ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ତାହିର୍ ଜନ ଆବ୍ରାହାମଙ୍କ ସହ ଫୋର୍ସ ୨ ସିନେମାରେ ନଜର ଆସିବେ । ଏହି ସିନେମା ମର୍ଦ୍ଦାନୀ ଠାରୁ ବହୁତ ଅଲଗା ବୋଲି ସେ କହିଛନ୍ତି । ଜନ ଆବ୍ରାହାମ ଓ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ସିନେମା ଫୋର୍ସ ୨ ନଭେମ୍ବର ୨୫ରେ ରିଲିଜ ହେବ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/j-1.png)