ଆରମ୍ଭ ହେଲା ‘ସ୍ୱଚ୍ଛତା ହି ସେବା’ ଆନ୍ଦୋଳନ : ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୋଦି

53

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶରୁ ଦେଶବ୍ୟାପୀ ପରିଚ୍ଛନ୍ନତା ଅଭିଯାନ ‘ସ୍ୱଚ୍ଛତା ହି ସେବା’ ଆରମ୍ଭ କରିଛନ୍ତି । ସମଗ୍ର ଦେଶରେ ପରିଚ୍ଛନ୍ନତାକୁ ଦୃଢ଼ନିଶ୍ଚିତ କରିବା ନିମନ୍ତେ ଅବଦାନ ଦେଇଥିବା ସ୍ୱେଚ୍ଛାଗ୍ରହୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଭିଡିଓ ସମ୍ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ପରିଚ୍ଛନ୍ନ ଭାରତର ସ୍ୱପ୍ନକୁ ସାକାର କରିବା ଏଇ ଅଭିଯାନର ଲକ୍ଷ୍ୟ । ସରକାରଙ୍କର ସ୍ୱଚ୍ଛ ଭାରତ ଯୋଜନା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ଗତ ଚାରି ବର୍ଷ ମଧ୍ୟରେ ଦେଶବ୍ୟାପୀ ୯ କୋଟି ପାଇଖାନା ନିର୍ମାଣ କରାଯାଇଛି । ସେ କହିଲେ ଯେ ୯୦% ଭାରତୀୟ ପାଇଖାନା ବ୍ୟବହାର କଲେଣି ।

modi
image courtesy-https://timesofindia.indiatimes.com/

ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ଆଜି ଦେଶବ୍ୟାପୀ ୪୫୦ ଜିଲ୍ଲା ବାହ୍ୟ ମଳମୁକ୍ତ ହୋଇ ପାରିଛି । ସେ ଆହୁରି କହିଲେ ଯେ ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ବାହ୍ୟ ମଳ ମୁକ୍ତ ହୋଇ ପାରିଛି । ‘ସ୍ୱଚ୍ଛତା ହି ସେବା’ ଅଭିଯାନ ଅକ୍ଟୋବର ୨ ତାରିଖ ଯାଏଁ ଚାଲିବ । ଅଭିଯାନ ପୂର୍ବରୁ ଏଥିରେ ଅଂଶଗ୍ରହଣ କରିବାକୁ ପ୍ରଧାମନ୍ତ୍ରୀ ସବୁବର୍ଗର ପ୍ରାୟ ୨୦୦୦ ନାଗରିକଙ୍କୁ ପତ୍ର ଲେଖିଥିଲେ । ମେହସନା, ଡିବ୍ରୁଗଡ଼, ମୁମ୍ବାଇ, କୋଏମ୍ବାଟୁର୍‌, ନୋଏଡ଼ା, ସିକ୍କିମ୍‌, ଦାନ୍ତେଓ୍ଵାଡ଼ା, ସାଲେମ୍‌, ଫତେପୁର, ପାଟନା, ସାହିବ, ରାଜଗଡ଼, ମାଉଣ୍ଟ୍‌ ଆବୁ, ଆଜ୍‌ମେର୍‌, ସିମ୍‌ଡେଗା, କୋଚି, ବେଙ୍ଗାଲୁରୁ, ବିଜ୍‌ନୋର୍‌ ଏବଂ ରେଓ୍ଵାରି ଆଦି ୧୮ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଏହି ଅଭିଯାନ ଉଦ୍ଘାଟନ କରିବା ସହ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ ।