କନକ ବ୍ୟୁରୋ : ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (ଏନ୍ଜିଟି)ଙ୍କ ଆଦେଶ ଅନୁଯାୟୀ ପୂର୍ବତଟ ରେଳପଥ ପକ୍ଷରୁ ସ୍ବଚ୍ଛ ଭାରତ ମିସନ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବ । ଏହି ନିୟମରେ ପୂର୍ବତଟ ରେଳପଥ ଅଧୀନସ୍ଥ ସମସ୍ତ ରେଳମଣ୍ଡଳର ଷ୍ଟେସନ ବର୍ଗକୁ ପାଥେୟ କରି ସମପରିମାଣର ଜରିମାନା ରାଶି ଆଦାୟ କରାଯିବ । ବଡ଼ କଥା ହେଉଛି, ଏହି ଜରିମାନା ରାଶି ଆଦାୟ କରିବା ପାଇଁ ଷ୍ଟେସନ ପ୍ରବନ୍ଧକ, ଷ୍ଟେସନ୍ ଅଧୀକ୍ଷକ, ଷ୍ଟେସନ୍ ମାଷ୍ଟରଙ୍କ ସମେତ ବାଣିଜ୍ୟ ଓ ପରିଚାଳନା ବିଭାଗର କର୍ମଚାରୀ(ଟିକେଟ୍ ସଂଗ୍ରହକଙ୍କଠାରୁ ନିମ୍ନ ପଦସ୍ଥ ହୋଇ ନ ଥିବେ) ଓ ରେଳବାଇ ସୁରକ୍ଷାବଳର ଅଧିକାରୀ (ଏସ୍ଆଇଙ୍କଠାରୁ ନିମ୍ନ ପଦରେ ନଥିବେ)ଙ୍କୁ ଦାୟିତ୍ବ ଦିଆଯାଇଛି । ଏଥିସହ ରେଳଯାତ୍ରୀଙ୍କୁ ଷ୍ଟେସନ ପରିସର ଓ ଟ୍ରେନ୍ଗୁଡ଼ିକୁ ଅପରିଷ୍କାର ନ କରିବା ତଥା ସ୍ବାସ୍ଥ୍ୟକାର ପରିବେଶ ରଖିବାରେ ପୂର୍ବତଟ ରେଳପଥକୁ ସହଯୋଗ କରିବାକୁ ନିବେଦନ କରାଯାଇଛି । ତେବେ ଏହି ନିୟମ ଆଧାରରେ ସ୍ବଚ୍ଛ ଭାରତ ମିସନ୍କୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୌର ବର୍ଜ୍ୟବସ୍ତୁ ପରିଚାଳନାର ୨୦୧୬ ନିୟମ ଅନୁଯାୟୀ ନୂଆ ଜରିମାନା ରାଶି ଆଦାୟ କରିବା ପାଇଁ ଧାର୍ଯ୍ୟ କରାଯାଇଛି ।
୨୦୧୬ ନିୟମ ଅନୁଯାୟୀ କେବଳ ଦୁଇଟି ପ୍ରଣାଳୀରେ ଜରିମାନା ଆଦାୟ କରାଯାଉଥିଲା । ପ୍ରଥମ ପ୍ରଣାଳୀଟି କେବଳ ଏ-୧ ଓ ଏ ବର୍ଗର ଷ୍ଟେସନ ପାଇଁ ଲାଗୁ ହୋଇଥିବା ବେଳେ ଦ୍ବିତୀୟ ପ୍ରଣାଳୀରେ ଅନ୍ୟ ବର୍ଗର ରେଳ ଷ୍ଟେସନ୍ଗୁଡ଼ିକରୁ ପୃଥକ୍ ପୃଥକ୍ ପରିମାଣର ଜରିମାନା ଆଦାୟ କରାଯାଉଥିଲା। ତେବେ ଏହି ନୂଆ ନିୟମରେ ସବୁ ବର୍ଗର ଷ୍ଟେସନ୍ଗୁଡ଼ିକରୁ ସମାନ ପରିମାଣର ଜରିମାନା ରାଶି ଧାର୍ଯ୍ୟ କରାଯାଇଥିବା ବେଳେ ପୂର୍ବବତ୍ ଥୁକିବା, ବାହାରେ ପରିସ୍ରା କରିବା, ଆବର୍ଜନା ପକାଇବା ଓ କାନ୍ଥବାଡ଼କୁ ଅପରିଷ୍କାର କରିବା ଆଦି ବିରୁଦ୍ଧରେ ନିୟମକୁ ବଳବତ୍ତର ରଖାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/img201705311420352557915.jpg)