କୋଲକତାର ଆଖପାଖ ଅଂଚଳକୁ ଆସୁଛି ସନ୍ଦିଗ୍ଧ ରେଡ଼ିଓ ସିଗନାଲ୍ ! ଆତଙ୍କବାଦୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ
କନକ ବ୍ୟୁରୋ : କୋଲକାତାର ପ୍ରାୟ ୨୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ହାମ୍ ରେଡିଓ ଅପରେଟରମାନେ ଗତ କିଛି ଦିନ ହେବ ଏକ ରହସ୍ୟମୟ ରେଡିଓ ସିଗ୍ନାଲ ପାଉଥିବା ଜଣାଯାଇଛି । ଗୁପ୍ତ ଭାଷାରେ ଆସୁଥିବା ଏହି ରେଡିଓ ସିଗ୍ନାଲ ସମ୍ପର୍କରେ ହାମ୍ ରେଡିଓ ଅପରେଟରମାନେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗକୁ ଅବଗତ କରିଛନ୍ତି । ପରେ ଏହି ରହସ୍ୟମୟ ରେଡିଓ ସିଗ୍ନାଲକୁ ଟ୍ରାକିଂ କରିବା ସହିତ ଏହା କେଉଁଠାରୁ ଆସୁଛି ତାକୁ ଠାବ କରିବାକୁ ରେଡିଓ ଅପରେଟରମାନଙ୍କୁ କୁହାଯାଇଛି । ସମ୍ଭବତଃ ଏହା ଆତଙ୍କବାଦୀମାନଙ୍କ କାର୍ଯ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, କୋଲକାତାର ୨୦ରୁ ୨୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅର୍ଥାତ ୨୪ ପ୍ରଗଣା ଜିଲ୍ଲାର ସୋଦେପୁର ଅଞ୍ଚଳରେ ରହସ୍ୟଜନକ ରେଡିଓ ସିଗ୍ନାଲ ଗତ ୨/୩ ସପ୍ତାହ ହେବ ମିଳିବାରେ ଲାଗିଛି । ପରେ ପରେ ହୁଗୁଳି ଜିଲ୍ଲାର ଚୁଚୁରା ଏବଂ କୋଲକାତାର ସିଆଲ୍ଦା ଅଞ୍ଚଳରେ ଏହି ରହସ୍ୟଜନଗକ ରେଡିଓ ସିଗ୍ନାଲ ଇଣ୍ଟସେପ୍ଟ କରାଯାଇଛି । କେହି କୋଡେଡ୍ ଲାଙ୍ଗୁଏଜ୍ରେ କଥା ହେଉଥିବା ହାମ୍ ରେଡିଓ ଅପରେଟରମାନେ ଜାଣି ପାରୁଛନ୍ତି । ତେବେ ସେମାନେ କିଏ , କାହିଁକି ହାମ୍ ରେଡିଓ ଫ୍ରିକ୍ୱେନ୍ସି ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ପଚାରିଲେ କିଛି ଉତ୍ତର ମିଳୁନାହିଁ ।
ଏପରିକି ଏହି ରହସ୍ୟମୟ ରେଡିଓ ସିଗ୍ନାଲ ଆସୁଥିବା ସ୍ଥାନରୁ ହଠାତ ସିଗ୍ନାଲ ବନ୍ଦହୋଇ ଯାଉଛି । ବିଶେଷ କରି ଏହି ରେଡିଓ ସିଗ୍ନାଲ ମଧ୍ୟରାତ୍ରୀ ପରେ ଆସୁଛି । ପ୍ରଥମେ ଏ ପ୍ରକାର ସିଗ୍ନାଲ ଦୀପାବଳୀ ପୂର୍ବରୁ ଆସିଥଲାା ଏବେ ପୁଣି ଏହା ଆସିବା ପରେ ହାମ୍ରେଡିଓ ଅପରେଟ୍ ସଂଘ ସ୍ଥାନୀୟ ପୁଲିସ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ କେନ୍ଦ୍ର ସରକାରଙ୍କ ସୂଚନା ଓ ଯୋଗାଯୋଗ ମନ୍ତ୍ରଣାଳୟକୁ ଅବଗତ କରିଛନ୍ତି । ବେଙ୍ଗଲ ସୌଖୀନ ରେଡିଓ ସଂଘରସମ୍ପାଦକ ଅମ୍ବରିଶ ନାଗ ବିଶ୍ୱାସ କହିଛନ୍ତି ଯେ କେତେକ ବ୍ୟକ୍ତ୍ି ଏକ ଅଜଣା ଭାଷାରେ କଥା ହେଉଛନ୍ତି । ସେମାନଙ୍କୁ ପରଚୟ ପଚାରିଲେ ହଠାତ ରେଡିଓ ନିରବ ହୋଇ ଯାଉଛି । ତେଣୁଏହା ଖୁବ ରହସ୍ୟମୟ ଲାଗୁଥିବାରୁ ଆମେ ପୁଲିସ , ଗୁଇନ୍ଦା ସଂସ୍ଥା ଓ ସରକାରଙ୍କୁ ସୂଚନା ଜଣାଇଛୁ ।
ତେବେ ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଆତଙ୍କବାଦୀମାନଙ୍କ ମୋବାଲଇ ନେଟ୍ଓ୍ଵାର୍କ ସୁରକ୍ଷା କର୍ମୀଙ୍କ ସର୍ଭେଲାନ୍ସ ରେ ରହୁଥିବାରୁ ସେମାନେ ସେମାନଙ୍କ ମଧ୍ୟରେ ଏହି ହାମ୍ ରେଡିଓ ଯୋଗେ କଥା ହେଉଥିବା ସନ୍ଦେହ କରାଯାଉଛିି।