ଦିଲ୍ଲୀ ଆଇଜିଆଇ ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍ : କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

Advertisment
ଦିଲ୍ଲୀ ଆଇଜିଆଇ ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍ : କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

(Credit: Twitter)

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳଲା ସନ୍ଦିଗ୍ଧ ବ୍ୟାଗ । ବିମାନ ବନ୍ଦରର ୩ ନମ୍ବର ଟର୍ମିନାଲରେ ଏକ ସନ୍ଦିଗ୍ଧ ବ୍ୟାଗ୍ ମିଳିବା ପରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ଏହାକୁ ନେଇ ବିମାନବନ୍ଦରରେ କର୍ମଚାରୀ ଓ ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି ।

ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ପୁଲିସ ତୁରନ୍ତ ତତ୍ପର ହୋଇ ଉଠିଥିଲା। ବୋମା ଚିହ୍ନଟ ଓ ଅକାମିକାରୀ, ସନ୍ଧାନୀ କୁକୁର ସ୍କ୍ଵାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନ ବନ୍ଦର ପରିସରକୁ ତଲାସ କରାଯାଇଥିଲା। ଭୀତତ୍ରସ୍ତ ଯାତ୍ରୀମାନେ ଟୁଇଟ୍ କରି ଜଣାଇଥିଲେ କି, କିଛି ସମୟ ଲାଗି ସେମାନଙ୍କୁ ଆରାଇଭାଲ୍ ଟର୍ମିନାଲ୍ ବାହାରକୁ ଛଡ଼ାଯାଉ ନାହିଁ । ଟି-୩ ବାହାରେ ଥିବା ରାସ୍ତା ସବୁକୁ ମଧ୍ୟ ଅବରୋଧ କରାଯାଇଛି।

ଦିଲ୍ଲୀର ଜଣେ ପୁଲିସ ଅଧିକାରୀ କହିଛନ୍ତି ରାତି ପ୍ରାୟ ୩ଟା ବେଳେ ସନ୍ଦିଗ୍ଧ ବ୍ୟାଗ୍ ସଂକ୍ରାନ୍ତରେ ଦିଲ୍ଲୀ ବିମାନ ବନ୍ଦର ପୁଲିସକୁ ଫୋନ୍ କରାଯାଇଥିଲା। ଘଟଣାସ୍ଥଳରୁ ସେ ବ୍ୟାଗ୍ଟିକୁ ଅଣାଯାଇଛି। ସେଥିରେ କ’ଣ ଅଛି ତାହା ପୁଲିସ ଟିମ୍ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe