ଆଇଏଏସ୍ ଅଧିକାରୀ ମହମ୍ମଦ ମହସିନଙ୍କ ଉପରୁ ହଟିଲା ନିଲମ୍ବନ : ସେଂଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲର ରହିତାଦେଶ ପରେ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ

416

କନକ ବ୍ୟୁରୋ : ଆଇଏଏସ୍ ଅଧିକାରୀ ମହମ୍ମଦ ମହସିନଙ୍କ ଉପରୁ ହଟିଲା ନିଲମ୍ବନ । ସେଂଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ର ରହିତାଦେଶ ପରେ ନିଲମ୍ବନ ପରେ ପରେ ହିଁ ନିଲମ୍ବନ ହଟାଇଛନ୍ତି ନିର୍ବାଚନ କମିଶନ । ମହମ୍ମଦ ମହସିନ୍ ସମ୍ବଲପୁର ପର୍ଯ୍ୟବେକ୍ଷକ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚକୁ ନେଇ ତାଙ୍କୁ କରି ନିଲମ୍ବିତ କରାଯାଇଥିଲା । ତେବେ ଏହି ନିଲମ୍ବନ ଆଦେଶ ଉପରେ ମହମ୍ମଦ ମହସିନଙ୍କୁ ମିଳିଥିଲା କ୍ୟାଟ୍ର ସୁରକ୍ଷା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ହେଲିକପ୍ଟର ଯାଂଚର ଉଦାହରଣ ଦେଇଥିଲେ ଟ୍ରିବ୍ୟୁନାଲ୍ ।

ଟ୍ରିବ୍ୟୁନାଲ କହିଥିଲେ, ଦୁଇ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହା ପରେ ନିର୍ବାଚନ କମିଶନ, ମହସିନଙ୍କ ଉପରେ ନିଲମ୍ବନ ହଟାଇଛନ୍ତି । ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ବେଳେ ତାଙ୍କର ହେଲିକପ୍ଟର ଯାଂଚ କରାଯାଇଥିଲା । ନିର୍ବାଚନ ପର୍ଯ୍ୟବେକ୍ଷକ ଥିବା ମହମ୍ମଦ ମହସିନଙ୍କ ନେତୃତ୍ୱରେ ଏହି ଯାଂଚ କରା ଯାଇଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ କମିସନଙ୍କ ଗାଇଡଲାଇନ୍ସ ଅନୁଯାୟୀ ନିର୍ବାଚନ ପର୍ଯ୍ୟବେକ୍ଷକ କାର୍ଯ୍ୟ କରିନଥିବା ଅଭିଯୋଗ ହୋଇଥିଲା । ଏସପିଜି ସୁରକ୍ଷା ବଳୟରେ ଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେଉଁ ବ୍ୟବସ୍ଥା ରହିଛି, ତାକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ନିର୍ବାଚନ କମିସନ୍ ।