ବଢୁଛି ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟ : ସରପଞ୍ଚ ସ୍ୱାମୀଙ୍କ ସହ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ 

Advertisment
ହତ୍ୟାକାଣ୍ଡ ନା ଆତ୍ମହତ୍ୟା ? ଧର୍ମଶାଳାର ମହିଳା ଭିଏଲଡବ୍ଲୁଙ୍କର କେମିତି ହେଲା ମୃତ୍ୟୁ, ତଦନ୍ତ ରିପୋର୍ଟରୁ ଆସିବ ସତ ।

କନକ ବ୍ୟୁରୋ : ଗେଷ୍ଟ ହାଉସରେ ମହିଳା ଭିଏଲଡବ୍ଲ୍ୟୁ  ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଧର୍ମଶାଳା ପୋଲିସ୍ । ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସମେତ ଗେଷ୍ଟହାଉସରେ ଉପସ୍ଥିତ ଥିବା ୫ଜଣଙ୍କୁ ପୋଲିସ ପଚରାଉଚରା କରୁଛି । ସେହିପରି ଫରେନସିକ୍ ଟିମ୍ ପହଁଚି ଗେଷ୍ଟହାଉସରେ ଛାନଭିନ ଆରମ୍ଭ କରିଛନ୍ତି । ବ୍ୟବଛେଦ ରିପୋର୍ଟ ଓ ଫରେନସିକ୍ ଟିମର ଅନୁସନ୍ଧାନକୁ ଭିତିକରି ତଦନ୍ତ କରୁଛି ପୋଲିସ୍ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଛି ।

ବିଜେପି ଓ କଂଗ୍ରେସ ଶାସକ ଦଳକୁ ଘେରିବା ସହ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଆଜି ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଂଚାୟତରେ ଭତା ବଂଟନ କରିବାକୁ ସରପଂଚ ମଧୁସ୍ମିତା ଭଦ୍ରଙ୍କ ସହିତ ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳ ଭଡଙ୍ଗା ଗାଁକୁ ଯାଇଥିଲେ । ଭତା ବଂଟନ ପରେ ମଧ୍ୟାହ୍ନରେ ସରପଂଚ ମଧୁସ୍ମିତା ତାଙ୍କ ଘରକୁ ପଳାଇଥିଲେ । କିନ୍ତୁ ସରପଂଚଙ୍କ ସ୍ୱାମୀ ସ୍ମିତାରାଣୀଙ୍କୁ ଗାଡିରେ ଗେଷ୍ଟହାଉସକୁ ମଧ୍ୟାହ୍ନଭୋଜନ କରିବା ପାଇଁ ନେଇ ଆସିଥିଲେ । ହେଲେ କିଛି ସମୟ ପରେ ସ୍ମିତାରାଣୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe