କନକ ବ୍ୟୁରୋ : ଭାରତୀୟ ରାଜନୀତିର ଅଗ୍ନିବର୍ଷୀ ନେତ୍ରୀ ସୁଷମା ସ୍ୱରାଜ । ରାଜନୀତିରେ ଅପରାଜିତା, ମାନବିକତାରେ ପୂଜାରୀଣି । ବୈଦେଶିକ ମନ୍ତ୍ରୀ ଭାବେ ସେ ସର୍ବାଧିକ ଲୋକପ୍ରିୟ । ସଂସଦ , ଜାତିସଂଘ , ନିର୍ବାଚନୀ ସଭା ତଥା ବିଭିନ୍ନ ସ୍ଥାନରେ ନିଜର ଓଜସ୍ୱୀନି ଭାଷଣ ପାଇଁ ସେ ଲୋକପ୍ରିୟ ଥିଲେ । ସମସ୍ତଙ୍କୁ ସାହାଯ୍ୟ କରିବାର ମନୋଭାବ, କାର୍ଯ୍ୟଦକ୍ଷତା, ହସହସ ମୁହଁ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ ସୁଷମା ତାଙ୍କ ପରି ଜଣେ ଓଜସ୍ୱୀ ନେତ୍ରୀଙ୍କୁ ହରାଇବା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ।

Advertisment

publive-image

ଏହି ବିଚକ୍ଷଣ ରାଜନେତ୍ରୀ ଜଣକ ଅନେକରେ ଥିଲେ ପ୍ରଥମ । ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାସହିତ ବିଜେପି ଇତିହାସରେ ମଧ୍ୟ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ଏକ ଜାତୀୟ ଦଳର ପ୍ରଥମ ମହିଳା ପ୍ରବକ୍ତା ହେବାର ଗୌରବ ଅର୍ଜନ କରିଥିଲେ ସୁଷମା । ଏହାସହ ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଲୋକସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତ୍ରୀ ମଧ୍ୟ ହୋଇଥିଲେ ।