କନକ ବ୍ୟୁରୋ : ମାନବିକତାର ପୂଜାରିଣୀ ସୁଷମା । ରାଜନୈତିକ ବ୍ୟାପାରରେ ପ୍ରଯୁକ୍ତି ବିଦ୍ୟାକୁ କିଭଳି ବ୍ୟବହାର କରାଯାଏ, ତାହା ସାରା ଦୁନିଆକୁ ଶିଖାଇଥିଲେ ସୁଷମା । ସୋସିଆଲ ମିଡ଼ିଆରେ ଲୋକଙ୍କ ସମସ୍ୟା ସମାଧାନ କରି ସେ ଖୁବ୍ ଚର୍ଚ୍ଚିତ ହୋଇଥିଲେ । ଟ୍ୱିଟରରେ ସକ୍ରିୟ ରହୁଥିବା ତଥା ସବୁଠାରୁ ଅଧିକ ଫଲୋୟର୍ସ ଥିବା ଭାତୀୟ ନେତାଙ୍କ ମଧ୍ୟରେ ସୁଷମା ଅନ୍ୟତମ । ଟ୍ୱିଟରରେ ତାଙ୍କର ୧୩ ମିଲିୟନରୁ ଅଧିକ ଫଲୋୟର୍ସ ଥିଲେ । ମୃତ୍ୟୁର ମାତ୍ର ୩ ଘଂଟା ପୂର୍ବରୁ ଶେଷ ଟ୍ୱିଟ୍ କରିଥିଲେ ସୁଷମା । ମୃତ୍ୟୁର ପ୍ରାୟ ସାଢ଼େ ୩ଘଂଟା ପୂର୍ବରୁ ସନ୍ଧ୍ୟା ୭ଟା ୨୩ମିନିଟରେ ସେ ଏହି ଟ୍ୱିଟ୍ କରିଥିଲେ । ସେ ଲେଖିଥିଲେ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ମୁ ନିଜ ଜୀବନରେ ଏହି ଦିନଟି ଦେଖିବାକୁ ଅପେକ୍ଷା କରି ରହିଥିଲି ।’

Advertisment

ସୋସିଆଲ ମିଡ଼ିଆରେ ସର୍ବଦା ସକ୍ରିୟ ରହୁଥିବା ସୁଷମା, ମୋଦି ସରକାରଙ୍କ ପ୍ରଥମ ପାଳିରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଟ୍ୱିଟର ଜରିଆରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ । ବିଦେଶରେ ହଇରାଣ ହେଉଥିବା କିମ୍ବା ସହାୟତା ଲୋଡୁଥିବା ଲୋକମାନଙ୍କୁ ସେ ସାହାଯ୍ୟ କରୁଥିଲେ । ସୁଷମା ସ୍ୱରାଜ ଟ୍ୱିଟରରେ ନିଜର ଉତ୍ତର ଦେବାର ଶୈଳୀ ପାଇଁ ମଧ୍ୟ ବେଶ ପରିଚିତ ଥିଲେ । ତାଙ୍କ ବୈଦେଶିକ ମନ୍ତ୍ରୀତ୍ୱ କାଳରେ ଜଣେ ୟୁଜର ଲେଖିଥିଲେ ମୁଁ ମଙ୍ଗଳରେ ଫସିଛି, ମୋତେ ଉଦ୍ଧାର କରାଯାଉଛି । ଏହାର ଉତ୍ତରରେ ସୁଷମା ଟ୍ୱିଟ୍ କରିଥିଲେ ଆପଣ ମଙ୍ଗଳରେ ବି ଫସିବେ ଭାରତୀୟ ଦୂତାବସା ସେଠାରେ ପହଞ୍ଚି ଆପଣଙ୍କୁ ସାହାଯ୍ୟ କରିବ ।

ଆଉ ଜଣେ ୟୁଜର ସୁଷମାଙ୍କ ଉଦ୍ଦେଶ୍ୟରେ ଫ୍ରିଜ୍ ଗୋଟିଏ ଦେବାପାଇଁ ଟ୍ୱିଟ୍ କରିଥିଲେ । ଆଉ ଏହାର ଉତ୍ତରରେ ସୁଷମା କହିଥିଲେ ମୁଁ ଫ୍ରିଜ୍ ଦେବା ମାମାଲାରେ ସାହାଯ୍ୟ କରିପାରିବି ନାହିଁ । ଲୋକଙ୍କୁ କଥା ଗୁହାରୀ ଶୁଣିବାରେ ବ୍ୟସ୍ତ ରହୁଛି ।

ୟୁଜରଙ୍କ ସମସ୍ତ ମଜାଳିଆ ଟ୍ୱିଟର ଜବାବ ଦେବା ସହ ଲୋକଙ୍କ ସଙ୍କଟ ସମୟରେ ସାହାଯ୍ୟ ପାଇଁ ଆଗଭର ଥିଲେ । ଶ୍ରେଷ୍ଠ ବକ୍ତା ଓ ଉତ୍କୃଷ୍ଟ ନେତୃତ୍ୱ ତଥା ମାନବିକତାର ପୂଜାରିଣୀ ସୁଷମା କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି । ପୂର୍ବତନ ବୈଦେଶିକ ମନ୍ତ୍ରୀଭାବେ ସେ ତାଙ୍କର କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିଛନ୍ତି । ପାକିସ୍ତାନ ହେଉ କି ବାଙ୍ଗଲାଦେଶ, ଅନେକ ଲୋକଙ୍କୁ ତଥା ଟ୍ୱିଟରରୁ ଦୁଃଖ ଶୁଣି ସେ ସାହାଯ୍ୟର ହାତ ବଢ଼ାଇଛନ୍ତି । ବିଦେଶରେ ରହୁଥିବା ଭାରତୀୟଙ୍କୁ ମଧ୍ୟ ସଙ୍କଟ ସମୟରେ ସବୁବେଳେ ସାହାଯ୍ୟ କରିଛନ୍ତି ସୁଷମା ।

୨୦୧୭ରେ ଜଣେ ପାକିସ୍ତାନୀ ବାଳିକାଙ୍କୁ ଏକ ବର୍ଷ ସମୟ ମେଡ଼ିକାଲରେ ଭର୍ତ୍ତି କରି ସେ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ସେହି କାମକୁ ଉଭୟ ଶୁଭେଚ୍ଛୁ ଓ ନିନ୍ଦୁକ ପ୍ରଶଂସା କରିଥିଲେ । ୨୦୧୫ରେ ସେ ୟେମେୟନର ମହିଳାଙ୍କୁ ସାହାଯ୍ୟ କରିଥିଲେ ସୁଷମା । ଏକ ବିବାଦୀୟ ଅଞ୍ଚଳରେ ନିଜ ୮ ମାସର ପିଲା ସହ ମହିଳା ଜଣକ ଫସିଯାଇଥିଲେ । ସେଠାରୁ ଉଦ୍ଧାର ପାଇବା ପାଇଁ ସୁଷମାଙ୍କ ନିକଟରେ ସେ ଗୁହାରୀ କରିଲେ । ଆଉ ସେହି ମହିଳାଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ ।