କନକ ବ୍ୟୁରୋ : କରୱା ଚୌଥ ପାଳିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । ଦିଲ୍ଲୀ ସ୍ଥିତ ନିଜ ବାସଭବନରେ କରୱା ଚୌଥ ବ୍ରତ ପାଳନ କରିଛନ୍ତି ସୁଷମା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପାଳନ କରାଯାଉଥିବା କରୱା ଚୌଥକୁ ନିଷ୍ଠାର ସହ ପାଳନ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଚାନ୍ଦ ଦେଖିବା ପରେ ବ୍ରତ ଖୋଲିଥିଲେ ସୁଷମା । ଲାଲ ରଙ୍ଗର ଶାଢୀ ପିନ୍ଧି ଅନ୍ୟ ମହିଳାମାନଙ୍କ ସହ କରୱା ଚୌଥ ପାଳନ କରିଥିଲେ ସୁଷମା ସ୍ୱରାଜ । ବରିଷ୍ଠ ଓକିଲ ତଥା ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲ ହେଉଛନ୍ତି ସୁଷମାଙ୍କ ସ୍ୱାମୀ ।
ସେହିପରି ବଲିଉଡ ସେଲିବ୍ରିଟି ମଧ୍ୟ ରୀତିନୀତି ଅନୁସାରେ ପାଳନ କରିଛନ୍ତି କରୱା ଚୌଥ । ଅନୀଲ କପୁରଙ୍କ ଘରେ ସମସ୍ତେ ମିଶି କରୱା ଚୌଥ ପାଳନ କରିଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଲାଲ ଶାଢି ପିନ୍ଧି, ହାତରେ ଥାଳି ନେଇ ଚାନ୍ଦକୁ ଅପେକ୍ଷା କରୁଥିବାର ନଜର ଆସିଛନ୍ତି । ସେହିପରି ଫାରାଖାନଙ୍କ ସହ ବହୁ ଅଭିନେତା, ଅଭିନେତ୍ରୀ କରଓକ୍ୱା ଚୌଥ ପାଳନ କରୁଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/457894608-ss_6.jpg)