ବିଦେଶୀ ନାଗରିକଙ୍କୁ ସହଯୋଗର ହାତ ବଢାଇଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍ !

ବିଦେଶୀ ନାଗରିକଙ୍କୁ ସହଯୋଗର ହାତ ବଢାଇଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍ !

image courtesy-https://i.ndtvimg.com

କନକ ବ୍ୟୁରୋ : ପୁଣି ଥରେ ବିଦେଶୀ ନାଗରିକଙ୍କୁ ସହଯୋଗର ହାତ ବଢାଇଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ନିକଟରେ ଜଣେ ଋଷୀୟ ଯୁବକ ଭାରତ ବୁଲି ଆସିଥିବା ବେଳେ ତାମିଲନାଡୁ କାଂଚିପୁରମ ମନ୍ଦିରରେ ଭିକ୍ଷା ମାଗୁଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ରୁଷୀୟ ଯୁବକ ଏବାଜେଲିନଙ୍କ ଏଟିଏମ ପିନ୍ ବ୍ଲକ ହେବା ପରେ ସେ ବାଧ୍ୟ ହୋଇ ଭିକ୍ଷା କରୁଥିବା ପ୍ରକାଶିତ ହୋଇଥିଲା । ଖବରର ସତ୍ୟତା ଜାଣିବା ପରେ ବିଦେଶ ମନ୍ତ୍ରୀ ସୁଷମା ଟ୍ୱିଟର ପୃଷ୍ଠାରେ ତାଙ୍କୁ ସହଯୋଗର ପ୍ରତିଶ୍ରୁତି ଦେଇ ଥିଲେ । ସୁଷମା କହିଥିଲେ ରୁଷ୍ ଭାରତର ଅତି ଘନିଷ୍ଠ ବନ୍ଧୁ । ଚେନ୍ନାଇରେ ଥିବା ବିଦେଶ ବିଭାଗ ଅଧିକାରୀ ଯଥାଶିଘ୍ର ଆପଣଙ୍କୁ ସାହାଯ୍ୟ କରିବେ । ସୁଷମା ସ୍ୱରାଜଙ୍କ ଏହି ଟ୍ୱିଟ୍ ଇଂଟରନେଟରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ତାଙ୍କୁ ପ୍ରଶଂସା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe