ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ କୃତି ସୈନନଙ୍କ ବ୍ରେକ ଅପର ଖବର ବହୁତ ଚର୍ଚ୍ଚାରେ ଥିଲା । କୁହାଯାଉଥିଲା କି ଆପୋଷ ମତଭେଦ ଯୋଗୁଁ ଉଭୟ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । କିନ୍ତୁ ଏହା କେବଳ ଏକ ଗୁଜବ ବୋଲି ଏବେ ସାବ୍ୟସ୍ତ ହୋଇଛି । କାରଣ ସୁଶାନ୍ତ ଓ କୃତି ଆଜି ବି ଉଭୟେ ଉଭୟଙ୍କୁ ପାଗଳଙ୍କ ପରି ଭଲ ପାଉଛନ୍ତି ।
ସୁଶାନ୍ତ ନିକଟର ଦେଢ କୋଟି ଟଙ୍କାରର ମର୍ସିଡିସ ଗାଡି କିଣିଛନ୍ତି । ଗାଡି କିଣିବା ପରେ ସୁଶାନ୍ତ ସର୍ବପ୍ରଥମେ ନିଜର ଗର୍ଲଫ୍ରେଣ୍ଡ କୃତିକୁ ଲଙ୍ଗ ଡ୍ରାଇଭରେ ନେଇଥିଲେ । ଏଥିରୁ ଆପଣ ଜାଣିପାରୁଥିବେ ଉଭୟ ଏବେ ମଧ୍ୟ ପ୍ରେମରେ ଅଛନ୍ତି । ଉଭୟେ ପ୍ରଥମ ଥର ପାଇଁ ତାଙ୍କର ଆଗାମୀ ସିନେମା “ରାବତା’ରେ ଏକାଠି ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/5444.jpg)