ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସେପଟେ ଦ୍ୱିତୀୟ ଥର ଲାଗି ରିୟାକୁ ମାରାଥନ ଜେରା କଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଆର୍ଥିକ କାରବାର ନେଇ ହେଲା ପଚରାଉଚରା

289

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟାଙ୍କ ବିରୋଧରେ ତାଙ୍କ ବାପା ଏଫଆଇଆର  ଦାୟର କରିବା ପରେ  ରିଆ ସୁପ୍ରିମକୋର୍ଟ ଯାଇଥିଲେ । ଆଉ ଆଜି ଏହି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ସେପଟେ ଗତକାଲି ଦୀର୍ଘସମୟ ଧରି ରିଆ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।  ତାଙ୍କ ଭାଇ ଓ ଅନ୍ୟ ଲୋକଙ୍କୁ ବି ଜେରା କରିଛି ଇଡି । ଏହି ସମୟରେ ଆର୍ଥିକ କାରବାର ଓ ବ୍ୟବସାୟିକ ସମ୍ପର୍କ ନେଇ ଜେରା ହୋଇଛି ।

ଗତ ବୁଧବାରଦିନ ଶୁଣାଣିବଳେ କେନ୍ଦ୍ର ସରକାର କୋର୍ଟକୁ କହିଥିଲେ, ସିବିଆଇ ମାମଲାର ତଦନ୍ତ ଆରମ୍ଭ କରଛିା  ସେପଟେ ରିୟା ଚକ୍ରବର୍ତୀ, ତାଙ୍କ ଭାଇ, ମା  ଓ ବାପାଙ୍କ ସମେତ ୭ ଜଣଙ୍କ ନାଁରେ ଏଫଆଇଆର ଦାଖଲ କରିସାରିଛି ।  ପ୍ରବର୍ତନ ନିର୍ଦ୍ଦେଶାଳୟ ବି  ରିୟା ଓ ତାଙ୍କ ଭାଇଙ୍କ ପଚରାଉଚରା କରିଛି ।  ସୁପ୍ରିମକୋର୍ଟରେ ବି ବିହାର ପୁଲିସ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।  ଏଥିରେ କୁହାଯାଇଛି ଯେ,  ସୁଶାନ୍ତଙ୍କ ସମ୍ପତି ହଡପ ପାଇଁ ରିୟା ଓ ତାଙ୍କ ପରିବାର ସୁଶାନ୍ତ ସିଂ ରାଜପୁତଙ୍କୁ ଔଷଧର ଓଭରଡୋଜ ଦୋଇଥିଲେ ।