କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟାଙ୍କ ବିରୋଧରେ ତାଙ୍କ ବାପା ଏଫଆଇଆର ଦାୟର କରିବା ପରେ ରିଆ ସୁପ୍ରିମକୋର୍ଟ ଯାଇଥିଲେ । ଆଉ ଆଜି ଏହି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ସେପଟେ ଗତକାଲି ଦୀର୍ଘସମୟ ଧରି ରିଆ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ତାଙ୍କ ଭାଇ ଓ ଅନ୍ୟ ଲୋକଙ୍କୁ ବି ଜେରା କରିଛି ଇଡି । ଏହି ସମୟରେ ଆର୍ଥିକ କାରବାର ଓ ବ୍ୟବସାୟିକ ସମ୍ପର୍କ ନେଇ ଜେରା ହୋଇଛି ।
ଗତ ବୁଧବାରଦିନ ଶୁଣାଣିବଳେ କେନ୍ଦ୍ର ସରକାର କୋର୍ଟକୁ କହିଥିଲେ, ସିବିଆଇ ମାମଲାର ତଦନ୍ତ ଆରମ୍ଭ କରଛିା ସେପଟେ ରିୟା ଚକ୍ରବର୍ତୀ, ତାଙ୍କ ଭାଇ, ମା ଓ ବାପାଙ୍କ ସମେତ ୭ ଜଣଙ୍କ ନାଁରେ ଏଫଆଇଆର ଦାଖଲ କରିସାରିଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ବି ରିୟା ଓ ତାଙ୍କ ଭାଇଙ୍କ ପଚରାଉଚରା କରିଛି । ସୁପ୍ରିମକୋର୍ଟରେ ବି ବିହାର ପୁଲିସ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ କୁହାଯାଇଛି ଯେ, ସୁଶାନ୍ତଙ୍କ ସମ୍ପତି ହଡପ ପାଇଁ ରିୟା ଓ ତାଙ୍କ ପରିବାର ସୁଶାନ୍ତ ସିଂ ରାଜପୁତଙ୍କୁ ଔଷଧର ଓଭରଡୋଜ ଦୋଇଥିଲେ ।