ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ୍ନ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ । ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଲେ ସୁଶାନ୍ତ ସିଂହ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ପରୀକ୍ଷା କରିବା ସହ ସଂଗରୋଧ ରହିବା ପାଇଁ ପରାମର୍ଶ ଦେଲେ ସୁଶାନ୍ତ

171

କନକ ବ୍ୟୁରୋ : ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷାରୁ ସେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥି ସହ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସଂଗରୋଧରେ ରହିବା ସହ ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ।

ସୁଶାନ୍ତ ସିଂହ ଅଗଷ୍ଟ ୧୫ ତାରିଖରେ ବାଲେଶ୍ୱର ଯାଇ ପତାକା ଉତୋଳନ କରିଥିଲେ । ଏଥିପୂର୍ବରୁ ନୀଳଗିରି,ରେମୁଣା, ସାଲେପୁର, ପୋଲସରା ବିଧାୟକ ଓ  ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାଛଡା ନିକଟରେ ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାଧୀନ ଅଛନ୍ତି।