କନକ ବ୍ୟୁରୋ : ମାତ୍ର ୬୭ ବର୍ଷ ବୟସରେ ସାରା ଦୁନିଆକୁ ଅଲବିଦା କହିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବ୍ୟକ୍ତିତ୍ୱ ବେଶ୍ ଆକର୍ଷଣୀୟ । ମାତ୍ର ୨୫ ବର୍ଷ ବୟସରେ ମନ୍ତ୍ରୀ ହୋଇଥିବା ସୁଷମା ନିଜର ରାଜନୈତିକ ଜୀବନରେ ଅନେକ ରେକର୍ଡ଼ ସୃଷ୍ଟି କରିଛନ୍ତି । ଫଟୋରେ ଫଟୋରେ ଦେଖନ୍ତୁ ସୁଷମାଙ୍କ ଜୀବନୀ ସହ ଜଡ଼ିତ କିଛି ତଥ୍ୟ . .
୧୯୭୦ରେ ଛାତ୍ର ଜୀବନରୁ ରାଜନୀତିକୁ ଓହ୍ଲାଇଥିଲେ । ତାଙ୍କ ପିତା ହରଦେବ ଶର୍ମା ରାଷ୍ଟ୍ରିୟ ସ୍ୱୟଂ ସୟାହକ ସଂଘର ପ୍ରମୁଖ ସଦସ୍ୟ ଥିଲେ । ତାଙ୍କର ରାଜନୀତି ଜୀବନ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ଆରମ୍ଭ ହୋଇଥିଲା । ଅନେକ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ସୁଷମା ସ୍ୱରାଜ ।
ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଲ’ରେ ଡିଗ୍ରି ହାସଲ ପରେ ସୁଷମା ମାତ୍ର ୨୧ ବର୍ଷ ବୟସରେ ସୁପ୍ରିମ କୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ । ଜରୁରୀକାଳୀନ ପରିସ୍ତି ସମୟରେ ସୁଷମା ଜୟପ୍ରକାଶ ନାରାୟଣଙ୍କୁ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମାତ୍ର ୨୫ ବର୍ଷ ବୟସରେ ସେ ହରିୟାଣାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ହରିୟାଣା କ୍ୟାବିନେଟରେ ସବୁଠାରୁ କନିଷ୍ଠ ମନ୍ତ୍ରୀଭାବେ ସେ ରେକର୍ଡ଼ କରିଥିଲେ । ସେ ସମୟରେ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ୧୯୭୭ରେରୁ ୭୯ ପର୍ଯ୍ୟନ୍ତ ହରିୟାଣାର ଚୌଧରୀ ଦେବ ଲାଲ ସରକାରରେ ଶ୍ରମ ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଥିଲେ । ମାତ୍ର ୨୭ ବର୍ଷ ବୟସରେ ଜନତା ପାର୍ଟର ହରିୟାଣା ୟୁନିଟର ଅଧ୍ୟକ୍ଷ ହୋଇଥିଲେ ସୁଷମା ।
୧୯୯୦ରେ ରାଜ୍ୟସଭା ସଦସ୍ୟ ଓ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ ସୁଷମା । ଜାତୀୟ ରାଜନତୀରେ ପ୍ରବେଶ ପରେ ବିରୋଧୀଙ୍କୁ ନିଜ ଶାଣିତ ଯୁକ୍ତିରେ କାବୁ କରୁଥିଲେ ।
୧୯୯୬ରେ ଦକ୍ଷିଣ ଦିଲ୍ଲୀ ସିଟରୁ ଲୋକସଭା ପହଞ୍ଚଥିଲେ ସୁଷମା । ଅଟଳ ବିହାରୀ ସରକାରେ ସେ ଦୂର ସଂଚାର ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଥିଲେ ।
୧୯୯୮ରେ ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପହଞ୍ଚିବା ପାଇଁ ପ୍ରଥମ ମହିଳା ନେତା ଥିଲେ ।
୧୯୯୯ରେ ସେ କର୍ଣ୍ଣାଟକର ବେଲାରି ଆସନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ତେବେ ୨୦୦୦ ମସିହାରେ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ପୁନର୍ବାର ସୂଚନା ପ୍ରସାରଣ ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ ।
୨୦୦୬ରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀଦଳର ଉପନେତା ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ସେ ମଧ୍ୟପ୍ରଦେଶର ବିଦିଶା ଆସନରୁ ୪ ଲକ୍ଷରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୪ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀ ଦଳର ନେତା ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥିଲେ ।
୨୦୦୪ରେ ପୁଣିଥରେ ସେ ବିଦିଶା ଆସନରୁ ବିଜୟୀ ହୋଇ ମୋଦୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ୨୦୧୯ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଥିଲେ । ତେବେ ୨୦୧୬ ଡିସେମ୍ବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ତାଙ୍କର କିଡନି ପ୍ରତିରୋପଣ ହୋଇଥିଲା । ତେଣୁ ସ୍ବାସ୍ଥଗତ କାରଣରୁ ସେ ୨୦୧୯ ନିର୍ବାଚନ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ ।