କନକ ବ୍ୟୂରୋ : କିଛି ହୋଇଛି କହି ଅନେକ କିଛି ହୋଇଥିବା ସଙ୍କେତ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଗୋଟିଏ ପଟେ ପାକିସ୍ତାନ ମାଟିରେ ସର୍ଜିକାଲଷ୍ଟ୍ରାଇକର ୨ ବର୍ଷ ପୂର୍ତ୍ତିରେ ପରାକ୍ରମ ପର୍ବ ପାଳନ କରୁଛି ଭାରତ । ଆଉ ସେପଟେ ସୀମା ଆରପଟୁ ଭାରତୀୟ ଯବାନଙ୍କ ଉପରେ ବର୍ବରତା ଚଲାଇଛି ପଡୋଶୀ । ଯାହାର ଉଚିତ ଜବାବ ଦିଆଯାଉଥିବା ନେଇ କଥା ଛଳରେ ଇଙ୍ଗିତ କରିଛନ୍ତି ରାଜନାଥ ସିଂହ । ମୁଜଫରପୁରରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ରାଜନାଥ ସିଂ କିଛି ଏମିତି କଥା କହିଛନ୍ତି, ଯାହା ପାକିସ୍ତାନ ଉପରେ ବଡ ପ୍ରତିଶୋଧ ଆଡକୁ ଇସାରା କରୁଛି ।
ହେଲେ ବୟାନକୁ ଅତି ରହସ୍ୟ ଜନକ ଭାବେ ରଖିଛନ୍ତି ରାଜନାଥ । ସୀମାରେ ଅଶାନ୍ତି ଓ ପାକିସ୍ତାନ ସହ ଚାଲିଥିବା ତିକ୍ତତାକୁ ନେଇ ତାଙ୍କର ବୟାନ ବେଶ ଗୁରୁତ୍ୱ ରଖୁଛି । ସର୍ଜିକାଲ ଷ୍ଟ୍ରାଇକର ବର୍ଷ ପୂର୍ତ୍ତି ଅବସରରେ ରାଜନାଥ ସିଂ ଇସାରା କରିଛନ୍ତି ଯେ ଭାରତୀୟ ଯବାନ ପାକିସ୍ତାନ ସୀମାରେ ପଶି ହମଲା କରିଛନ୍ତି । ବିଏସଏଫ ଯବାନ ନରେନ୍ଦ୍ର ସିଂ ସହିଦ ହେବା ଓ ସାମ୍ବା ସେକ୍ଟରରେ ପାକ ରେଞ୍ଜର୍ସଙ୍କ ଗୁଳିମାଡ ଘଟଣାକୁ ନେଇ ଏହି ବିସ୍ଫୋରକ ବୟାନ ଦେଇଛନ୍ତି ରାଜନାଥ । ଏପରିକି ପାକ ଗୁଳିର ଜବାବ ଦେବାଲାଗି ଭାରତୀୟ ସେନାର ହାତ ଖୋଲି ଦିଆଯାଇଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/PAK-GULI.jpg)
/kanak/media/post_attachments/wp-content/uploads/2018/09/surgical-strike3-1-300x156.jpg)