ସଙ୍ଗରୋଧ କେନ୍ଦ୍ରରେ ‌ଗୋଷ୍ଠୀ ସଂଘର୍ଷ : ତିନି ଜଣଙ୍କ ମୁଣ୍ଡ ଫାଟିଲା, ସରପଞ୍ଚଙ୍କ ଏତଲା ଆଧାରରେ ୪ ଜଣଙ୍କ ନାଁରେ ମାମଲା ରୁଜୁ

747

କନକ ବ୍ୟୁରୋ : ଜଗନ୍ନାଥପ୍ରସାଦ ବ୍ଲକ ଜାମଗୋରୋଡା ଆଦର୍ଶ ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ସୁଟ ଫେରନ୍ତା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସଂଘର୍ଷରେ ୩ ଜଣଙ୍କର ମୁଣ୍ଡ ଫାଟିଛି । ଚାରି ଦିନ ଭିତରେ ଗଞ୍ଜାମରେ ସୁରତ ଫେରନ୍ତା ପୁଲିସ ଓ ଜିଲ୍ଲା ପ୍ରଶାସନକୁ ନୟାନ୍ତ କରି ସାରିଲେଣି । ପୁଲିସ ଘଟଣାସ୍ଥଳରେ ପଂହଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।

୨ ତାରିଖ ରାତିରେ ସୁରଟରୁ ବସରେ ୯୭ ଜଣ ଯାତ୍ରୀ ଫେରିଥିଲେ । ସେମାନଙ୍କୁ ସ୍ଥାନୀୟ ଆଦର୍ଶ ସ୍କୁଲରେ ରଖାଯାଇଥିଲା । ସେଠାରେ ସେମାନଙ୍କୁ ଭାତ ଡାଲମା ଖାଇବାକୁ ଦିଆଯାଇଥିଲା । ହେଲେ କିଛି ଯୁବକ ଏହାକୁ ନ ଖାଇ ଇଛା ମୁତାବକ ଖାଇବା ଦେବା ଦାବି କରି ଗଣ୍ଡଗୋଳ କରିଥିଲେ । ଫଳରେ ଭୟରେ କେହି ଖାଦ୍ୟ ଗ୍ରହଣ କରିନଥିଲେ । ପରେ ଉପସ୍ଥିତ ଅଧିକାରୀଙ୍କ ବୁଝାବୁଝି ପରେ କିଛି ଲୋକ ଖାଇଥିଲେ । ଏହାକୁ ନେଇ ବିବାଦର ସୁତ୍ରପାତ ହୋଇଥିଲା ।

ସଙ୍ଗରୋଧ କେନ୍ଦ୍ରରେ ଦୁଇ ଗୋଷ୍ଠୀ ଭିନ୍ନ ଭିନ୍ନ ରହିଥିଲେ । ଏହାକୁ ନେଇ ଗତକାଲି ସକାଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଟିଏ ଗୋଷ୍ଠୀ ଆଉ ଏକ ଗୋଷ୍ଠୀକୁ ବାଡେଇ ବାଡେଇ ପିଟିଥିଲେ । ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ପଂହଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।