କନକ ବ୍ୟୁରୋ : ସୁରଟ ଫେରନ୍ତା ଦମ୍ପତି ଆସି ବୁଲିଲେ ଗାଁରେ । ଏହାର ପ୍ରତିବାଦ କରିବାରୁ ପୋଲିସ ନେଲାନି ପଦ କ୍ଷେପ । ଫଳରେ ଗାଁରେ ଧାରଣାରେ ବସିଲେ ଗ୍ରାମବାସୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବଡନୂଆଗାଁ ପଂଚାୟତର ପିହାଣଗଡିଆ ଗାଁର ଏକ ଦମ୍ପତି ଶୁକ୍ରବାର ସୁରଟରୁ ଫେରିଥିଲେ । ସେମାନେ ସଂଗରୋଧ କେନ୍ଦ୍ରରେ ନରହି ସିଧା ଆସିଥିଲେ ଗାଁକୁ ।
ଆଉ ଗାଁରେ ବୁଲାବୁଲି କରିଥିଲେ । ଏପରିକି ସରପଂଚଙ୍କ କଥାକୁ ଅଗ୍ରାହ୍ୟ କରି ଗ୍ରାମବାସୀଙ୍କ ସହିତ ମିଶିଥିଲେ । ଏହାକୁ ପ୍ରତିବାଦ କରିବାକୁ ଏହି ଦମ୍ପତି ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଏହାର ପ୍ରତିବାଦରେ ଲୋକେ ଓହ୍ଲାଇଥିଲେ ରାସ୍ତାକୁ । ଧାରଣାରେ ବସିଥିଲେ । ସଂଧ୍ୟା ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଉତ୍ୟକ୍ତ ଗ୍ରାମବାସୀ ପୋଲିସ ଗାଡିକୁ ମଧ୍ୟ ଅଟକ ରଖିଥିଲେ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/web-2_00000.png)