କର୍ମଚାରୀଙ୍କୁ ସ୍କୁଟି ଉପହାର ! ସୁରଟର ହୀରା ବ୍ୟବସାୟୀଙ୍କ ବଦାନ୍ୟତା !

21

କର୍ମଚାରୀଙ୍କୁ ସ୍କୁଟି ଉପହାର । କର୍ମଚାରୀଙ୍କ କାମରେ ଖୁସି ଜାହିର କରି ହୀରା ବ୍ୟବସାୟୀ କର୍ମଚାରୀଙ୍କୁ ଉପହାରରେ ସ୍କୁଟି ଦେଇଛନ୍ତି । ସୁରଟର ହୀରା ବ୍ୟବସାୟୀ ଲକ୍ଷ୍ମୀଦାସ ବୋକାରିୟା ତାଙ୍କ କମ୍ପାନୀରେ କାର୍ଯ୍ୟରତ ୧୨୫ଜଣ କର୍ମଚାରୀଙ୍କୁ ଏହି ଉପହାର ଦେଇଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ କର୍ମଚାରୀଙ୍କୁ ଉପହାର ସ୍ୱରୂପ ସ୍କୁଟି ପ୍ରଦାନ କରାଯାଇଛି ।

ପ୍ରତି ସ୍କୁଟିରେ ଏକ ତ୍ରିରଙ୍ଗା ଲାଗିଥିବା ଦେଖିବାକୁ ମିଳିଥିଲା । ୨୦୧୦ରେ ହୀରା ବ୍ୟବସାୟ ଆରମ୍ଭ କରିଥିଲେ ଲକ୍ଷ୍ମୀଦାସ ବୋକାରିୟା । ତେବେ ଗୁଜରାଟରେ ପୂର୍ବରୁ ବି ମଧ୍ୟ ହୀରା ବ୍ୟବସାୟୀ ତାଙ୍କ କର୍ମଚାରୀଙ୍କୁ ଏପରି ନାମିଦାମୀ ଉପହାର ଦେଇ ଚର୍ଚ୍ଚାରେ ରହିଛନ୍ତି । ହରେକୃଷ୍ଣ ଏକ୍ସପୋର୍ଟ୍ସର କର୍ମଚାରୀଙ୍କୁ କମ୍ପାନୀ ମାଲିକ ସବଜୀ ଭାଇ ଢୋଲାକିୟା ଗତ ବର୍ଷ ଦୀପାବଳିରେ ଫ୍ଲାଟ, କାର୍ ଓ ଗହଣା ଉପହାର ଦେଇଥିଲେ ।